କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ…..

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ବଡକୁଟୃ ମିନି ଷ୍ଟାଡିୟମ ଠାରେ N S Y S କ୍ରିକେଟ ନକଆଉଟ କ୍ରିକେଟ ଟୁର୍ନାମେଣ୍ଟ ର ଫାଇନାଲ ଖେଳ ଅନୁଷ୍ଠିତ ହୋଇ ଯାଇଛି ।ଫାଇନାଲ ଖେଳ ରେ ରଣମାଲ ଟିମ ପଣ୍ଡି ଗାଁ କୁ ହରାଇ NSYS Cricket tournament ra ଦ୍ୱତୀୟ ସଂସ୍କରଣ ର ଚମ୍ପିୟନ ହୋଇପାରିଛି ।ସୁଚନା ମୁତାବକ ସ୍ଥାନୀୟ ଅଞ୍ଚଳ ର 16 ଟି ଦଳ କୁ ନେଇ ସପ୍ତାହ ବ୍ୟାପି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା।ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚ ପୂର୍ବ ରୁ ବୟସ୍କ ଖେଳାଳୀ ମାନଙ୍କ ମଧ୍ଯରେ ଚିତ୍ତାକର୍ଷକ ଫ୍ରେଣ୍ଡଲି ମ୍ୟାଚ ହୋଇଥିଲା । ଲେଜେଣ୍ଡ ଟିମ ମିନଗୁର ଏବଂ ଭେଟେରାନ ବଡକୁଟୃ ମଧ୍ଯରେ ହୋଇଥିବା ସଂଘର୍ଷ ପୁର୍ଣ ଖେଳ ହୋଇ ଟାଇ ରେ ସମାପ୍ତ ହୋଇଥିଲା ।ବୟସ୍କ ଙ୍କ ଖେଳ ରେ ବେଷ୍ଟ ବେଟସମ୍ୟାନ ମାନସ ପଣ୍ଡା , ବେଷ୍ଟ ବୋଲର ବୈକୁଣ୍ଠ ପାଣିଗ୍ରାହୀ ଏବଂ ମ୍ୟାନ ଅଫ ଦ ମ୍ୟାଚ ହିମାଂଶୁ ନିଆଲ ଙ୍କୁ ପୁରସ୍କାର ଦିଆଯାଇ ଥିଲା ।ମୂଖ୍ୟ ଅତିଥି ସମାଜସେବୀ ମାଣିକ୍ଯ ପଣ୍ଡା , ବଡକୁଟୃ ସରପଞ୍ଚ ଗଣେଶ ଚନ୍ଦ୍ର ପଣ୍ଡା , ସମ୍ମାନିୟ ଅତିଥି ଗୋରାଚାନ୍ଦ ପାଣିଗ୍ରାହୀ , ପୂର୍ବତନ ଖେଳାଳୀ ମୁକେଶ ଶର୍ମା , ଘନଶ୍ୟାମ ନାଏକ,ଷଷ୍ଠୀପ୍ରସାଦ ସୁନାନୀ ପ୍ରମୁଖ ଅତିଥୀ ମାନେ ବିଜୟୀ ଦଳ ରଣମାଲ ଏବଂ ଦ୍ୱିତୀୟ ଦଳ ପଣ୍ଡିଗାଁ କୁ ଟ୍ରଫି ଏବଂ ଚେକ୍ ସହିତ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ ।ଏହି ଫାଇନାଲ ଖେଳ ଅବସର ରେ ନବଶକ୍ତି ଯୁବକ ସଂଘ ବଡକୁଟୃ ତରଫ ରୁ କଳାହାଣ୍ଡିର ବିଶିଷ୍ଟ କ୍ରୀଡାବିତ ମନୋଜ ସିଂ (ଫପି ) ଙ୍କୁ କ୍ରିକେଟ ପାଇଁ ତାଙ୍କ ସାଧନା ଏବଂ କୃତିତ୍ବ କୁ ସମ୍ମାନ ଜଣାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ପୁରସ୍କାର ବିତରଣ ଉତ୍ସବ କୁ ସୁଧାଂଶୁ ନାଏକ ସଂଯୋଜନା
କରିଥିଲେ । ଅନୁଷ୍ଠାନର ସଭାପତି ଗଗନ ବିହାରୀ ନାଏକ ଟୁର୍ଣ୍ଣାମେଣ୍ଟ ର ସଫଳତା ପାଇଁ ସମସ୍ତ ଖେଳାଳି, ଦର୍ଶକ ପରିଚାଳକ ତଥା ଅତିଥୀ ମାନଙ୍କୁ ଧନ୍ୟବାଦ ଦେଇ ଥିଲେ।ଖେଳ ପରିଚାଳନା ପାଇଁ ତାମେସ , ଗୁଣନିଧି , ଅଭିରାମ , ନିଲୁ , ନାଗାର୍ଜୁନ, ସଚିନ , ହିମାଂଶୁ ପ୍ରମୂଖ ସହଯୋଗ କରିଥିଲେ।ପୁଣ୍ଡରିକାକ୍ଷ, ରାଧାମୋହନ, ନେତ୍ରାନନ୍ଦ, ଅକ୍ଷୟ , ଶ୍ରୀକାନ୍ତ, ଆଦିତ୍ଯ ମାର୍ଗଦର୍ଶନ କରିଥିଲେ। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ