Sports

ମହାବୀର କ୍ଳବ ର ଫୁଟବଲ ଟୁର୍ନାମେଣ୍ଟ ପୁରୁଣା କଟକ ବିଜୟ…

 


ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗୋପବନ୍ଧୁ ହାଇସ୍କୁଲ ପଡିଆ ଠାରେ ମହାବୀର କ୍ଳବ ଆନୁକୂଲ୍ୟ ରେ ବ୍ଲକ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଉଦ୍ଘାଟନି ମ୍ୟାଚ ରେ କରଞ୍ଜକଟା ଓ ପୁରୁଣାକଟକ ମଧ୍ୟରେ ରୋମାଞ୍ଚକର ଖେଳ ପ୍ରଦର୍ଶିତ ହୋଇଥିବା ବେଳେ କରଞ୍ଜକଟା ଦଳ କୁ ତିନି ଗୋଲ ଦେଇ ପୁରୁଣା କଟକ ଦଳ ବିଜୟ ହୋଇଥିଲା l ମ୍ୟାଚ ରେ ଅତିଥି ଭାବେ ଶିକ୍ଷକ ବିମଳ ବେହେରା, ଓ ଅଶ୍ୱିନୀ ମହାକୁଡ଼ ଯୋଗ ଦେଇ ଖେଳାଳି ଙ୍କୁ ଉତ୍ସହିତ କରିଥିଲେ l ଖେଳକୁ ରେଫରୀ ଶଶିକାନ୍ତ ଦାସିଆ ପରିଚାଳନା କରିଥିବା ବେଳେ ସଲିଲ ବେହେରା, ମାଂନଭଞ୍ଜ ମହାରଣା ସହଯୋଗ କରିଥିଲେ l ଉକ୍ତ ଟୁର୍ନାମେଣ୍ଟ ଟି ଆଜିଠାରୁ ଆରମ୍ଭ ହୋଇ 7 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା କମିଟି ପକ୍ଷରୁ ସୂଚନା l ଟୁର୍ନାମେଣ୍ଟକୁ ମହାବୀର କ୍ଳବର ସଭାପତି ନିରୋଦ ଘିବିଲା, ସମ୍ପାଦକ ପ୍ରଦୀପ ଦେହୁରୀ, ସୁବାସ ଦେହୁରୀ, ବିକାଶ ଦେହୁରୀ, ଅଶୋକ ମହାକୁଡ଼, ବିଜୟ ନାଏକ ପ୍ରମୁଖ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ l

Related Articles

Back to top button