Sports

ଖୁଣ୍ଟିଗୋରା ଷଷ୍ଠ ରାତ୍ରି କାଳୀନ କ୍ରିକେଟ ଉଦଯାପିତ , ଭୁବନେଶ୍ୱରକୁ ହରାଇ ମହାଦେବପାଲି ଚମ୍ପିଆନ

କଣ୍ଟାମାଳ: -୧୪।୫।୨୫, ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଠାରେ ଆୟୋଜିତ ଷଷ୍ଠ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅନ୍ତିମ ସନ୍ଧ୍ୟାରେ ୨ଟି ସେମିଫାଇନାଲ ସହ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା l ପ୍ରଥମ ସେମିଫାଇନାଲ ଖେଳରେ ଅକାଳଚଡକ ଦଳକୁ ହରାଇ ମହାଦେବପାଲି ଫାଇନାଲକୁ ପ୍ରବେଶ କରିଥିଲା l ଦ୍ଵିତୀୟ ସେମିଫାଇନରେ ଖେଳରେ ସତୀଗଡ଼ ଦଳକୁ ହରାଇ ଏମସିସି ଭୁବନେଶ୍ୱର ଦଳ ବିଜୟୀ ହୋଇ ମହାଦେବପାଲି ସହିତ ଫାଇନାଲ ଖେଳ ଖେଳି ନୈରାଶ୍ୟ ଜନକ ପ୍ରଦର୍ଶନ ଯୋଗୁଁ ପାରାଜିତ ହୋଇଥିଲା l ଫଳରେ ମହାଦେବପାଲି ଦଳ ଚଳିତ ବର୍ଷର ଚମ୍ପିଆନ ଟ୍ରଫି ଅର୍ଜନ କରିଛି l ଡ୍ୟାନ୍ସର ଅମ୍ପେୟାର ବବୁଲୁ ଓ ମନୋଜ ସାହୁ ଖେଳ ପରିଚାଳନା କରିଥିଲେ l ସୁଶାନ୍ତ ବାରିକ, ଆଜାଦ କଲତା ଓ ପବିତ୍ର ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ l ରୀତିବନ୍ତ ସାହୁ ଓ ଭକ୍ତ ସାହୁ ସ୍କୋରର ଦାୟିତ୍ୱ ତୁଲାଇଥିଲେ l ବେଷ୍ଟ ବୋଲର ଭାବେ ଭୁବନେଶ୍ୱର ଦଳର ଖେଳାଳି ବାଦଲ, ବେଷ୍ଟ ଫିଲଡର ଭାବେ ମହାଦେବପାଲି ଦଳର ଖେଳାଳି ବବି, ବେଷ୍ଟ ବ୍ୟାଟ୍ସମ୍ୟାନ ଭାବେ ସତୀଗାଡ଼ ଦଳର ଖେଳାଳି ବାପୁନ, ମ୍ୟାନ ଅଫ ଦି ମ୍ୟାଚ ମହାଦେବପାଲିର ଖେଳାଳି ପବିତ୍ର, ମ୍ୟାନ ଅଫ ଦି ସିରିଜ ଭୁବନେଶ୍ୱର ଦଳର ଖେଲାଳି ବାଦଲଙ୍କୁ ପ୍ରଦାନ କରାଯାଇଥିଲା l ଟୁର୍ଣ୍ଣାମେଣ୍ଟରେ ୪ର୍ଥ ସ୍ଥାନ ଅଧିକାର କରିଥିବା ଅକାଳଚଡକ ଦଳ ଓ ୩ୟ ସ୍ଥାନ ଅଧିକାର କରିଥିବା ସତୀଗଡ଼ ଦଳକୁ ସାନ୍ତ୍ୱନାମୂଳକ ଅର୍ଥ ପୁରସ୍କାର କରାଯାଇଥିଲା l ଏମସିସି ଭୁବନେଶ୍ୱର ଦଳକୁ ଉପବିଜେତା ଓ ମହାଦେବପାଲି ଦଳକୁ ଚମ୍ପିଆନ ଭାବେ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସମେତ ନଗଦ ଅର୍ଥରାଶି ପୁରସ୍କୃତ କରାଯାଇଥିଲା l ଉଦ୍ୟାପିତ ରାତ୍ରର ଖେଳରେ କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ ମୁଖ୍ୟ ଅତିଥି, ମିଳିତ ଶିକ୍ଷକ ସଙ୍ଘ ସଭାପତି ନିଳାଞ୍ଚଳ ଭୋଇ, ଶିକ୍ଷାବିତ ଗୋବର୍ଦ୍ଧନ ପ୍ରଧାନ, ଖୁଣ୍ଟିଗୋରା ସରପଞ୍ଚ ରବିଚନ୍ଦ୍ର ମହାକୁଡ଼, ସମିତି ସଭ୍ୟା ପ୍ରତିନିଧି ସୁଧିର ସାହୁ, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ବାଲିଗୁଡା ସାଂସଦ ପ୍ରତିନିଧି ଦେବେନ୍ଦ୍ର କୁଦେଇ, ସମାଜସେବୀ ଅଭିରାମ ରଣା, ଅନୁକୂଳ ରଣା, ଆଦିବାସୀ ନେତା ସତ୍ୟନାରାୟଣ ମାଝୀ, ଗୋପୀନାଥ କହଁର, ଘନଶ୍ୟାମ ବୁଡ଼ାଏକ, ଚିତ୍ରଶିଳ୍ପୀ ପରମେଶ୍ୱର କର୍ମୀ, ଶିକ୍ଷକ ଧାର୍ମାନନ୍ଦ ସାହୁ, ଗୋବିନ୍ଦ ସାହୁ, ମହେନ୍ଦ୍ର ସାହୁ, ଜ୍ୟୋତିରଞ୍ଜନ ସାହୁ, ସାମ୍ବାଦିକ ପ୍ରଭାତ ସାହୁ, ବ୍ୟବସାୟୀ ରଞ୍ଜନ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିଥିଲେ l ଖୁଣ୍ଟିଗୋରା କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button