ଶହୀଦ ଦିବସ ଉପଲକ୍ଷେ ସମ୍ବେଦନl -2 ପକ୍ଷରୁ ବୌଦ୍ଧ ଟାଉନ୍ ହଲ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ

ବୌଦ୍ଧ(ଚିତ୍ତରଞ୍ଜନ ସିଂହ) ବୌଦ୍ଧ-ଆନ୍ତର୍ଜାତୀୟ ରକ୍ତଦାନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ନୀଫା ପକ୍ଷରୁ ସମଗ୍ର ବିଶ୍ଵରେ ସହିଦ ଭଗତ ସିଂ, ଶୁକଦେବ, ରାଜଗୁରୁ ଙ୍କର ବଳିଦାନ କୁ ସମ୍ମାନ ଜଣାଇ ସମ୍ବେଦନା -୨ ଅନୁଷ୍ଠିତ ହେଉଅଛି l ଆଜି ଟାଉନ୍ ହଲ ଠାରେ ଅନୁଷ୍ଠିତ ଏହି ବିଶ୍ଵ ରକ୍ତଦାନ ଶିବିରକୁ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଉଦ୍ ଘାଟନ କରିଥିଲେ ଏବଂ ନିଜେ ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଏଥି ସହିତ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ମଧ୍ଯ ନିଜେ ରକ୍ତଦାନ ଅନ୍ୟ ରକ୍ତଦାତା ମାନଙ୍କୁ ରକ୍ତ ଦାନ କରିବା ପାଇଁ ବାର୍ତ୍ତା ଦେଇଥିଲେ lସମ୍ମାନୀତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ, ଡ଼. ବି. କେ. ଆର. ସି. ଦେଓ ହେମ୍ରମ ଓ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂହ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଜିଲ୍ଲା ରକ୍ତଦାତା ଓ ପ୍ରବର୍ତ୍ତକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରରେ ରକ୍ତ ଭଣ୍ଡାରର ଅଧିକାରୀ ଏବଂ କର୍ମଚାରୀ, ଦିଲୀପ କୁମାର ସାହୁ, ଯୁଡା ଶବର, ଋତୁମ୍ବର୍ ସାହୁ, ପ୍ଲlବନି ପରଦିଆ, ପ୍ରମୋଦ ମହାପାତ୍ର, ସୁରଜ୍ ଭୁକ୍ତା ଇତ୍ୟାଦି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ l ଶିବିରରେ ସମୁଦାୟ ୪୦ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥଲେ l ନିଫା ରାଜ୍ୟ ସଂଯୋଜକ ତଥା ବର୍ଷୀୟାନ ରକ୍ତଦାତା ଅଧ୍ୟାପକ ଡ଼.ପ୍ରବୀର କୁମାର ଦାସ, ସଭାପତି ବସନ୍ତ କୁମାର ସାହୁ, ରକ୍ତଦାତା ପ୍ରବର୍ତ୍ତକ ସଂଘର ସମ୍ପାଦକ ଦେବାଶିଷ ପୁରୋହିତ , ନିଫା ସଭାପତି ଜ୍ଞାନ ଚାନ୍ଦ ଶତପଥୀ ଶିବିରକୁ ପରିଚାଳନା କରିଥିଲେ l ଏଥିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଗାୟତ୍ରୀ ପରିବାର, ଏନ୍ ସି ସି , ମେରା ଭାରତ,ବୌଦ୍ଧ ମାଟିର ଛୁଆ,ପତାଞ୍ଜଳି ସମିତି ଇତ୍ୟାଦି ଅନେକ ଅନୁଷ୍ଠାନ ର ସ୍ବେଚ୍ଛାସେବୀ ମାନେ ରକ୍ତ ଦାନ କରିଥିଲେ l ଚଳିତ ବର୍ଷ ମାର୍ଚ୍ଚ ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ଖରା ସମୟରେ ସାରାଦେଶରେ ଦେଢ଼ ଲକ୍ଷ୍ୟ ୟୁନିଟ ଏବଂ ରାଜ୍ୟରେ ତିନିହଜାର ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ସଂକଳ୍ପ ନିଆଯାଇଛି l ସମସ୍ତ ସଂଗଠନକୁ ବିଶ୍ୱରେକର୍ଡ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଆୟୋଜକ ସୂଚନା ପ୍ରଦାନ କରିଛନ୍ତି l