Health

ବାଇକ୍ ଦୁର୍ଘଟଣାରେ ଜଣେ ମୃତ,୨ ଜଣ ଗୁରୁତର ।

ମୋହନା:29/11(ସୁଵିତ କୁମାର ନାୟକ )ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମେରାପଲ୍ଲୀ ଗ୍ରାମ ପଞ୍ଚାୟତ ନିକଟସ୍ଥ ଲୁଡ୍ରୁ ଛକ ଠାରୁ ପ୍ରାୟ ୫୦୦ ମିଟର ଦୂର ଏକ ବୁଲାଣିରେ ଗତ ଶୁକ୍ରବାର ପ୍ରାୟ ମଧ୍ୟାହ୍ନ ୩ଟା ସମୟରେ ମୋହନାରୁ ନିଜ କାମ ସାରି ଗ୍ରାମକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛକୁ ପିଟିହୋଇ ୩ଜଣଙ୍କ ମଧ୍ୟରୁ ଜଣେ ମୃତ ଏବଂ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ବ୍ୟକ୍ତି ଗୋଛାଗୁଡା ହରିଜନ ସାହିର ଗୁଲସନ୍ ତନ୍ତୀ,ଗୁରୁତର ଆହତମାନେ ହେଲେ ଗୋଛାଗୁଡ଼ା ଆଦିବାସୀ ନୂଆସାହିର (ସୁଶାନ୍ତ ମଳିକ) ଏବଂ ତୁଆଗୁଡ଼ାର ( ହାପି ସାଗର ନାୟକ ) ବୋଲି ଜଣାପଡିଛି l ସ୍ଥାନିୟ ଲୋକେ ଦେଖି ୧୦୮ ଅମ୍ବଲେସ୍ ଯୋଗେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ । ୩ଜଣଙ୍କ ମଧ୍ୟରୁ ଗୁଲସନ୍ ତନ୍ତୀଙ୍କୁ ଡାକ୍ଟର ମୃତ୍ୟ ଘଷଣା ସୂଚନା ଦେଇଥିଲେ ଏବଂ ହାପି ସାଗର ନାୟକ ଗୁରୁତରସଙ୍ଖଟ ପୂର୍ଣ୍ଣ ହେବା ହେତୁ ବ୍ରହ୍ମପୁର (MKCG)କୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ମୋହନା ପୋଲିସ୍ ପହଞ୍ଚି ମୃତ୍ୟ ଦେହ ଜବତକରି ତଦନ୍ତ କରୁଛି ।

Related Articles

Back to top button