ଘଣ୍ଟାପଡ଼ା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ ।

କଣ୍ଟାମାଳ: -୧୨|୧୨( ପ୍ରଭାତ କୁମାର ସାହୁ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି | ଦୁଇ ଦିନଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଶେଷରେବିଦ୍ୟାଳୟର ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କୁ କ୍ରୀଡ଼ା ପତାକା ହସ୍ତାନ୍ତର କରାଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥିଭାବେ ପରିଚାଳନା କମିଟିର ଅଧ୍ୟକ୍ଷ ସୁଶାନ୍ତ ମାଝୀ, ସମ୍ମାନୀତ ଅତିଥିଭାବେ ସାମ୍ବାଦିକ ପ୍ରଭାତ କୁମାର ସାହୁ ଉପସ୍ଥିତ ରହି ପିଲାଙ୍କ ପାଠପଢ଼ା ବ୍ୟତିତ ଖେଳର ଆବଶ୍ୟକତା ରହିଥିବା ନେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ଶେଷରେ କ୍ରୀଡା ଶିକ୍ଷୟତ୍ରୀ ମନ୍ଦାକିନୀ ବଗର୍ତ୍ତୀ ଧନ୍ୟବାଦ ଦେଇଥିଲେ।ଖେଳ ଶିକ୍ଷୟତ୍ରୀ ଶ୍ରୀମତୀ ବର୍ଗର୍ତ୍ତୀଙ୍କ ସହ ସହକାରୀ ଶିକ୍ଷକ ଲିପୁନ ପ୍ରଧାନ, ଚନ୍ଦ୍ରକାନ୍ତ ବେହେରା ,ସୁବାଷ ସାହୁ, ଶାନ୍ତନୁ ସେଠୀ, ଦୁର୍ଗାଶଙ୍କର ପଣ୍ଡା, ବିଭୂତି ଭୂଷଣ ଦୁର୍ଗ,ଶିକ୍ଷୟତ୍ରୀ ସୁପ୍ରଭା ଦେହୁରୀ, ରଶ୍ମିତା ସାହୁ, କିରାଣି ବନମାଳୀ ମଲିକ, ଅନନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।ବାଳକ ବିଭାଗ ଓ ବାଳିକା ବିଭାଗରେ ୧୦୦ମି. , ୨୦୦ମି. , ୪୦୦ମି. ଦୌଡ଼, ଲମ୍ବଡିଆଁ, ଉଚ୍ଚ ଡିଆଁ, ଖୋ ଖୋ , କବାଡି,ମ୍ୟୁଜିକ ଚ୍ୟାୟାର ଆଦି ବିଭିନ୍ନ ଖେଳ ପ୍ରତିଯୋଗୀତା ହୋଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ