Sports

ଘଣ୍ଟାପଡ଼ା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ ।

କଣ୍ଟାମାଳ: -୧୧|୧୨( ପ୍ରଭାତ କୁମାର ସାହୁ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି | ଦୁଇ ଦିନଧରି ବାର୍ଷିକ କ୍ରୀଡା ଉତ୍ସବ ପାଳନ ହେବାକୁ ଥୁବା ବେଳେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କ୍ରୀଡା ଶିକ୍ଷୟତ୍ରୀ ମନ୍ଦାକିନୀ ବଗର୍ତ୍ତୀ ଖେଳ ପରିଚାଳନା କରିଥିଲେ। ସକାଳୁ ସ୍କୁଲର ଛାତ୍ରଛାତ୍ରୀ ମାଁ ସମଲେଶ୍ଵରୀ ପୀଠରେ ପୂଜାର୍ଚ୍ଚନା ପରେ ମଶାଲ ପ୍ରଜ୍ଜଳନ କରି ଗ୍ରାମ୍ୟ ପରିକ୍ରମା କରିଥିଲେ।ପରେ ବିଦ୍ୟାଳୟର ଖେଳପଡ଼ିଆରେ ମଶାଲ ସ୍ଥାପନ ପରେ ପ୍ରଧାନଶିକ୍ଷକ କ୍ରୀଡ଼ା ପତାକା ଦେଖାଇ କ୍ରୀଡ଼ା ପ୍ରତିଯୋଗୀତାର ଶୁଭାରମ୍ଭ କରିଥିଲେ । ଖେଳ ଶିକ୍ଷୟତ୍ରୀ ଶ୍ରୀମତୀ ବର୍ଗର୍ତ୍ତୀଙ୍କ ସହ ସହକାରୀ ଶିକ୍ଷକ ଲିପୁନ ପ୍ରଧାନ, ଚନ୍ଦ୍ରକାନ୍ତ ବେହେରା ,ସୁବାଷ ସାହୁ, ଶାନ୍ତନୁ ସେଠୀ, ଦୁର୍ଗାଶଙ୍କର ପଣ୍ଡା, ବିଭୂତି ଭୂଷଣ ଦୁର୍ଗ,ଶିକ୍ଷୟତ୍ରୀ ସୁପ୍ରଭା ଦେହୁରୀ, ରଶ୍ମିତା ସାହୁ, କିରାଣି ବନମାଳୀ ମଲିକ, ଅନନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ।ବାଳକ ବିଭାଗ ଓ ବାଳିକା ବିଭାଗରେ ୧୦୦ମି. , ୨୦୦ମି. , ୪୦୦ମି. ଦୌଡ଼, ଲମ୍ବଡିଆଁ, ଉଚ୍ଚତିଆଁ, ଖୋ ଖୋ , କବାଡି ଆଦି ପ୍ରତିଯୋଗୀତ ହୋଇଥିଲା। ଗୁରୁବାର ଦିନ ଅନ୍ୟ ଖେଳ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଯାପନୀ ହେବା ନେଇ ପ୍ରଧାନଶିକ୍ଷକ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button