
ବେଗୁନିଆପଡା ତା-୦୭-୧୨-୨୦୨୪ ରିଖ, ଜନତା ବିହାର ସ୍ଥିତ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କ୍ରୀଡା ପରିଷଦ ଆନୁକୂଲ୍ୟରେ ଅଧ୍ୟକ୍ଷ ଶ୍ରୀ ଅଭିମନ୍ୟୁ ସ୍ବାଇଁଙ୍କ ଅଧକ୍ଷତାରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ସମାପିତ ହୋଇଯାଇଛି l କ୍ରୀଡା ପରିଷଦର ମୁଖ୍ୟ ତଥା ଖେଳ ଶିକ୍ଷକ ଶ୍ରୀ ରୁଷିନାଥ ଚର୍ଚ୍ଚିଙ୍କ ନେତୃତ୍ୱରେ ବିଭିନ୍ନ କ୍ରୀଡା ଯଥା ୧୦୦ ଏବଂ ୨୦୦ ମିଟର ଦୌଡ, ଲମ୍ବା ଏବଂ ଉଚ ଡ଼ିଆଁ, ପୁଚି, ଦୌଡ଼ି ଡ଼ିଆଁ, ଚେସ, କ୍ୟାରମ, ଜାଭାଲିନ, ଶର୍ତପୁଟ, ଡ଼ିସକସ, କବାଡି ଇତ୍ୟାଦି ଖେଳ ହୋଇଥିଲା l ସେହିପରି ବିଭିନ୍ନ ସାହିତ୍ୟିକ ପ୍ରତିଯୋଗିତା ଯଥା- ବକୃତା, ପ୍ରବନ୍ଧ, ଗୀତ, ନୃତ୍ୟ, ରୋଷେଇ, ଇତ୍ୟାଦି ପ୍ରତିଯୋଗିତା ଶ୍ରୀମତୀ ମମତା କୁମାରୀ ପଢ଼ିଙ୍କ ନେତୃତ୍ୱରେ ସମାପିତ ହୋଇଯାଇଛି l ଏଥିରେ ଯୁବ ରେଡ କ୍ରସର ସ୍ବେଛାସେବୀ ମାନେ ଅକୁଣ୍ଠ ସାହାଯ୍ୟ କରିଥିଲେ l ସେହିପରି ସୂର୍ଯ୍ୟ ନାରାୟଣ ପଣ୍ଡା, ପ୍ରବୀଣ କୁମାର ଖାଡ଼ଙ୍ଗା, ପି ରାଜେଶ ପାତ୍ର, ରାଜେଶ ଗୌଡ଼, ଅରୁଣ ମଣ୍ଡଳ, ଜ୍ୟୋସ୍ନା ନାୟକ, ଶ୍ୟାମସୁନ୍ଦର ଦାଶ, ଶିବାନୀ କୁମାରୀ ଚର୍ଚ୍ଚି, ରମେଶ ଚନ୍ଦ୍ର ଗୌଡ଼, ଅଚ୍ୟୁତାନନ୍ଦ ଡାକୁଆ, ରମେଶ ଚନ୍ଦ୍ର ନାୟକ, ମହେଶ୍ୱର ମହାନ୍ତି ପ୍ରମ୍ମୁଖ ସହଯୋଗ କରିଥିଲେ l