ଧବଳେଶ୍ଵର ପ୍ରିମିୟର ଲିଗ କ୍ରିକେଟ ଧମାକା ଉଦଯାପିତ ।

ମହାକାଳ ଏକାଦଶକୁ ହରାଇ ଜୟ ଜଗନ୍ନାଥ ଭିକ୍ଟୋର ଚମ୍ପିଆନ,
କଣ୍ଟାମାଳ: -୪/୧୨: ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ର ଖୁଣ୍ଟିଗୋରା ପଞ୍ଚାୟତର ବନ୍ଧଗୋରା ସ୍ଥିତ ଖଡ଼ଙ୍ଗ ଲୋକମହୋତ୍ସବ ପଡ଼ିଆରେ ଆଇପିଏଲ କ୍ରିକେଟ ଭଳି ପ୍ରତିଯୋଗୀତା ଗତ ନଭେମ୍ବର ୨୨ରୁ ଆରମ୍ଭ ହୋଇ ଗତ ସୋମବାର ସମାପ୍ତ ହୋଇଯାଇଛି। ଫାଇନାଲରେ ମହାକାଳ ଏକାଦଶକୁ ହରାଇ ଜୟ ଜଗନ୍ନାଥ ଭିକ୍ଟୋରଦଳ ପ୍ରଥମ ବର୍ଷର ପ୍ରଥମ ବିଜେତା ହୋଇ ଚମ୍ପିଆନ ହୋଇଛି। ଆଇପିଏଲ ଫର୍ମାଟରେ ହେଉଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ୯ଟି ପ୍ରାଞ୍ଚାଇଜର ୯ଟି ଦଳ ଅଂଶଗ୍ରହଣ କରି ପରସ୍ସର ମଧ୍ୟରେ ଗୋଟିଏ ଲେଖାଏଁ ପ୍ରତ୍ୟେକଦଳ ୮ଟି ମ୍ୟାଚ ଖେଳିଥିଲେ। ଶେଷ ଚାରିଟି ଦଳ ମଧ୍ୟରେ ଆଇପିଏଲ ଭଳି ଫାଇନାଲ ଖେଳ ହୋଇଥିଲା। ଉକ୍ତ ଫାଇନାଲ ମ୍ୟାଚକୁ ୩ ଥାକିଆ (ଇଂନିସ) ଭାବେ ଖେଳିଥିଲେ। ଦୁଇ ଫାଇନାଲ ଦଳ ମହାକାଳ ଏକାଦଶ ଓ ଜୟ ଜଗନ୍ନାଥ ଭିକ୍ଟୋର ସହିତ ପ୍ରଥମ ମ୍ୟାଚରେ ୧୦ ଓଭର ଖେଳରେ ମହାକାଳ ବିଜୟ ହୋଇଥିଲା। ସେହିପରି ଦ୍ୱିତୀୟରେ ୫ ଓଭର ଓ ୩ ଓଭର ମ୍ୟାଚରେ କିନ୍ତୁ ଭିକ୍ଟୋର ବିଜୟୀ ହୋଇ ଚଳିତ ବର୍ଷର ପ୍ରଥମ ବିଜେତା ହୋଇଛି। ଉକ୍ତ ଫାଇନାଲ ମ୍ୟାଚର ହଜାର ହଜାର ଦର୍ଶକଙ୍କ ମଧ୍ୟରେ ମୁଖ୍ୟ ଅତିଥିଭାବେ ପୂର୍ବତନ କଣ୍ଟାମାଳ ବିଧାୟକ ମହିଧର ରଣା, ଶିକ୍ଷାବିତ ନିଳାଚଳ ଭୋଇ, ଆଦିବାସୀ ନେତା ପିତାମ୍ବର ଭୋଇ, ଗ୍ରାମର ଗୌନ୍ତିଆ ଧିରୋଜ ଭୋଇ, ସମାଜସେବୀ ଗୋବର୍ଦ୍ଧନ ଭୋଇ,, ଅଭିରାମ ରଣା, ବଳରାମ ଦାଶ,ମନୋଜ ଦାଶ,ସୁନିଲ ସାହୁ, ଧିରୋଜ ସାହୁ , ସୁବୋଧ ସାହୁ ପ୍ରମୁଖ ଉପସ୍ଥିତ ରହି ବିଜେତା ଓ ଉପ ବିଜେତାଦଳଙ୍କୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା | ଜୟ ଜଗନ୍ନାଥ ଭିକ୍ଟୋର ଫ୍ରାଞ୍ଚାଇଜ (ମାଲିକ) ରଞ୍ଜନ କୁମାର ଦାଶଙ୍କୁ ବେଷ୍ଟଫ୍ରାଞ୍ଚାଇଜ,ବିଜେତା ଦଳର ମାନସିଂ ରଣାଙ୍କୁ ମ୍ୟାନ ଅଫ ଦି ଫାଇନାଲ ଓ ଉପ ବିଜେତା ଦଳର ଶକ୍ତି ରଞ୍ଜନ ସାହୁଙ୍କୁ ମ୍ୟାନ ଅଫ୍ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ ମ୍ୟାଚକୁ ଆଲୋକ ସାହୁ ଓ ସନ୍ତୋଷ ପାତ୍ର ଖେଳ ପରିଚାଳନା କରିଥିଲେ ଏବଂ ସୁଶାନ୍ତ ବାରିକ ଓ ପବିତ୍ର ଭୋଇ ଧାରାବିବରଣୀ ପ୍ରଦାନ କରିଥିବା ସ୍ଥଳେ ପ୍ରଦୀପ ଭୋଇ ଓ ମକରନ୍ଦ ଭୋଇ ସ୍କୋରର ଦାୟିତ୍ଵ ତୁଲାଇଥିଲେ । ବୌଦ୍ଧ ଜିଲ୍ଲାର ବନ୍ଧଗୋରାରେ ଏପରି ଏକ ନିଆରା ଫର୍ମାଟରେ ସର୍ବ ପ୍ରଥମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜକର ମୁଖ୍ୟଧାର ଲମ୍ବୋଦର ବେହେରାଙ୍କୁ ଅତିଥିମାନେ ବହୁ ପ୍ରଶଂସା କରିଥିଲେ ଏବଂ ଆୟୋଜକ ଧବଳେଶ୍ଵର କ୍ରିକେଟ ସଂଘର ସୋନୁ ପୁଝାରୀ,ଶୁଭମ ସାହୁ, ସରୋଜ ଭୋଇ, ଆଦି ସମସ୍ତ ସଦସ୍ୟଙ୍କୁ ଦୀର୍ଘ ୧୨ଦିନ ଧରି ସୂଚାରୁ ରୂପେ କାର୍ଯ୍ୟ ସମାପନ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ