Sports

କଣ୍ଟାମାଳଠାରେ ଅନୁଷ୍ଠିତ ଅଷ୍ଟମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଫାଇନାଲରେ ଘରୋଇ କଣ୍ଟାମାଳ ଏଥେଲେଟିକ ଏସୋସିଏସନ ଦଳ ଚମ୍ପିଆନ,

କଣ୍ଟାମାଳ: -୧/୧୨:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ କଲେଜ ଖେଳ ପଡ଼ିଆ ଠାରେ କଣ୍ଟାମାଳ ଆଥେଲେଟିକ୍ ଆସୋସିଏସନ୍ ଦ୍ଵାରା ଆୟୋଜିତ ଅଷ୍ଟମ ଅଲ୍ ଓଡିଶା ଫୁଟବଲ ଟୁର୍ଣ୍ଣାମେଣ୍ଟ ଇତିମଧ୍ୟରେ ଉଦପାପିତ ହୋଇଯାଇଛି । ଚଳିତବର୍ଷ ଘରୋଇ କଣ୍ଟାମାଳ ଆଥେଲେଟିକ ଏସୋସିଏସନ କଣ୍ଟାମାଳ ଏକାଡେମିକ ହରାଇ ଚମ୍ପିଆନ ହୋଇଛି। ଆଜି ଅନ୍ତିମ ଦିବସରେ ଘରୋଇ କଣ୍ଟାମାଳ ଏଥେଲେଟିକ ଏସୋସିଏସନ ଓ କଣ୍ଟାମାଳ ଏକାଡେମିକ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ରୋମାଞ୍ଚକର ଫାଇନାଲ ମ୍ୟାଚରେ ଶହସ୍ରାଧିକ ଦର୍ଶକ ଉତ୍ସାହିତରେ ବାଜିମାତ କରିଛି ଘରୋଇ କଣ୍ଟାମାଳ ଏଥେଲେଟିକ ଦଳ । ନିର୍ଦ୍ଧାରିତ ସମୟରେ ମଧ୍ୟରେ ୨-୧ ଗୋଲ ବ୍ୟବଧାନରେ ଘରୋଇ କଣ୍ଟାମାଳ ଏଥଲେଟିକ ଦଳ ଚମ୍ପିଆନ ହୋଇ କଣ୍ଟାମାଳର ପଞ୍ଚାୟତ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆଙ୍କ ପ୍ରଦତ୍ତ ଉଇନର କପକୁ କବ୍ଜା କରିଛନ୍ତି। ସେହିପର ଏକାଡେମିିକ ଦଳ ଉପବିଜେତରେ ସନ୍ତୁଷ୍ଟ ହୋଇ ଅତିଥିଙ୍କ ଠାରୁ ଉପ ବିଜେତା କପ ଗ୍ରହଣ କରିଛନ୍ତି। ଆଜିର ଫାଇନାଲ ମ୍ୟାଚରେ ସମାଜସେବୀ ପ୍ରକାଶ କୁମାର ସାହୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଭାବେ ବିଜେପିର ଜିଲ୍ଲା ଏସସି ସେଲର ସଭାପତି ରାମଚ଼ନ୍ଦ୍ର ତାଣ୍ଡି, ଜ୍ୟୋତିଷାଚାର୍ଯ୍ୟ ସନତ ମିଶ୍ର, କନ୍ଧମାଳସାଂସଦଙ୍କ ବ୍ଲକ ପ୍ରତିନିଧି ଦିପକ ବାରିକ, ସମାଜସେବା ଜୟ କିଶୋରରଣା, ନୀରବ ଢାବା ମାଲିକ ସଞ୍ଜିବ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ବିଜେତା ଓ ଉପବିଜେତାଦଳଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଆଜିର ଏହି ଖେଳକୁ ମୁଖ୍ୟ ରେଫରି ପ୍ରମୋଦ କହଁରଙ୍କ ସହିତ ବିକ୍ରମ କୁମାର ନାଏକ, ସୁଜିତ ରାଜହଂସ ଲାଇନ୍ସ ମ୍ୟାନ ଓ ଚତୁର୍ଥ ରେଫରୀଭାବେ ସୁଜିତ ଖଟୁଆ ଖେଳ ପରିଚାଳନା କରିଥିବା ସ୍ଥଳେ ମନୋଜ ଶର୍ମା ଧାରା ବିବରଣୀ ପ୍ରଦାନ କରିଥିଲେ ଖେଳର ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଓକିଲ ଦୁତିଆ ସାହୁ ଉପସ୍ଥିତ ରହିଥିଲେ। ଖେଳରେ କଣ୍ଟାମାଳ ଆଥେଲେଟିକ୍ ଆସୋସିଏସନ୍ ର ସଭାପତି ରୋନକ ରଞ୍ଜନ ବାରିକ ଓ ସଂପାଦକ ଅନୁରାଗ ସାହୁଙ୍କ ସହିତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button