ତୃତୀୟ ତରଣୀସେନ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

କଣ୍ଟାମାଳ:- ୧୧/୧୧/୨୦୨୪: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତ ଟାଙ୍ଗିଆପାଲି ମାଁ ମହାଲକ୍ଷ୍ମୀ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ତୃତୀୟ ତରଣୀସେନ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ସୋମବାର ଦିନ ଉଦଘାଟିତ ହୋଇଯାଇଛି |ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସେବା ସମବାୟ ସମିତି ସଭାପତି ସୁଧୀର କୁମାର ଖଟୁଆ, ସମ୍ମାନିତ ଅତିଥି ଭାବେ ଟାଙ୍ଗିଆପାଲି ଗୌନ୍ତିଆ ବଶିଷ୍ଠ କଅଁର, ଜିଲ୍ଲା କ୍ରିକେଟ ସଙ୍ଘ ସଦସ୍ୟ ରାମଚନ୍ଦ୍ର ମଲିକ ଯୋଗଦେଇ ଆନୁଷ୍ଠାନିକଭାବେ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ |ପରେ ଆୟୋଜକ ଟାଙ୍ଗିଆପାଲି କ୍ରିକେଟ ଦଳ ଓ କୁମରକେଲି କ୍ରିକେଟଦଳ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଟସ ଜିଣି ଟାଙ୍ଗିଆପାଲି ଦଳ ନିର୍ଦ୍ଧାରିତ ୭ଓଭର ରେ ୭ ଉଇକେଟ ହରାଇ ୫୩ରନରେ ଅଲଆଉଟ ହୋଇଥିବା ବେଳେ ଜବାବ ରେ କୁମରକେଲି ଦଳ ୫ଓଭରରେ ୩ଉଇକେଟ ବିନିମୟରେ ରେ ୫୪ରନ କରି ୭ଉଇକେଟ ରେ ବିଜୟୀ ହୋଇଥିଲା |ମ୍ୟାଚ କୁ ଅମ୍ପେୟାର ଭାବେ ସଦାନନ୍ଦ ସାହୁ ଓ ଆକାଶ ପ୍ରଧାନ ଖେଳ ପରିଚାଳନା କରିଥିଲେ | ସ୍କୋରର ଭାବେ ରମାକାନ୍ତ ନାଗ ଏବଂ ସୁଧାଂଶୁ ଶେଖର ମହାକୁଡ଼ ଧାରାବୀବରଣୀ ପ୍ରଦାନ କରିଥିଲେ |ଖେଳ ପରିଚାଳନା ରେ କ୍ଲବର ମୁନା ଦନ୍ତା,ସୁରଥ ବାରିକ, ବିନୋଦ, ଉମା, ରିଙ୍କୁ, ପ୍ରକାଶ, ସୁନୀଲ, ପ୍ରତିମନ, ରଘୁନାଥ, ପ୍ରକାଶ, ରୁଦ୍ର, ନିବାସ ଓ ଅନ୍ୟମାନେ ସହଯୋଗ କରିଥିଲେ |
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।