Sports

ରାଜ୍ୟସ୍ତରୀୟ କ୍ରିକେଟ ଉଦଘାଟିତ କଟକ ଓ ଚୌଦ୍ଵାର ବିଜୟୀ

ଛତିଆ। ୭।୧୧ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଅମରାବତୀ କ୍ରିକେଟ ପଡିଆ ଠାରେ ପାଟଣା କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ହେଊଥିବା ଚତୁର୍ଥ ମନ୍ମଥ. ଗିରିଧାରୀ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଗୁରୁବାର ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ବିଜୁ ଯୁବ ଜନତା ଦଳ ର ସମ୍ପାଦକ ଅମ୍ବିକା ପ୍ରସାଦ ଦାସ, ଯୋଗଦେଇଥିଲାବେଳେ, ସମ୍ମାନୀୟ ଅତିଥି ଭାବେ ଛତିଆ ସରପଞ୍ଚ ରମେଶ ପୃଷ୍ଟି, ସମ୍ମାନିତ ଅତିଥି ଭାବେ ଛତିଆ ସମିତ ସଭ୍ଯ ଦୀପକ ସାହୁ. ସୋଲର ସମିତ ସଭ୍ଯ ସଞ୍ଜୟ ବେହେରାଓ ସନ୍ତୋଷ ସିଂହ ପ୍ରମୁଖ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଟ୍ରଫି ଉନ୍ମୋଚନ କରିଥିଲେ। । ଶୁକ୍ରବାର ମଧ୍ଯ ଦୁଇଟି ମ୍ଯାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ପାଟଣା କ୍ରିକେଟ କ୍ଲବ ର ଉପ ସଭାପତି ଗିରିଜା ଶଙ୍କର ଷେଣ୍ଢ, ସମ୍ପାଦକ ହୃଷୀକେଶ ନାଥ, କୋଷାଧକ୍ଷ ଭବାନୀ ଶଙ୍କର ଷେଣ୍ଢ, ସୁଶାନ୍ତ ରାଉତ ରାୟ, ସୁଧୀର ସାହୁ, ସତ୍ୟଜିତ ପାତ୍ର, ଙ୍କ ସମେତ କ୍ଲବ ର ସମସ୍ତ ସଭ୍ଯ ଉପସ୍ଥିତ ରହି ପରିଚାଳନା କରିଥିଲେ। ଉଦଘାଟନି ମ୍ୟାଚ ଜାକୋବିନ ଚୌଦ୍ୱାର ଏବଂ ସୁଙ୍ଗୁଡା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା. ଜାକୋବିନ 168 ରନ ର ବିଜୟ ଲକ୍ଷ୍ୟ ଦେଇ ଥିବା ବେଳେ ସୁଙ୍ଗୁଡା କ୍ଲବ 152 ରନ ରେ ସୀମିତ ରହି ଥିଲା. ରାଜନ ଗଣନାୟକ ମ୍ୟାନ ଅଫ ଦି ମ୍ୟାଚ ହୋଇ ଥିଲେ. ଦ୍ବିତୀୟ ମ୍ୟାଚ ରେ ପ୍ରେସ କ୍ଲବ କଟକ 149 ରନ ର ବିଜୟ ଲକ୍ଷ୍ୟ ଦେଇ ଥିବା ବେଳେ, ମହାବୀର କ୍ଲବ 8 ଉଇକେଟ ହରାଇ 123 ରନ ରେ ପାରି ସମାପ୍ତ କରି ଥିଲା. କଟକ ପ୍ରେସ କ୍ଲବ ର ସୁଭାଶିଷ ବାରିକ ମ୍ୟାନ ଅଫ ଦି ମ୍ୟାଚ ହୋଇ ଥିଲେ. ଚମ୍ପାପୁର ସ୍ବେଛାସେବୀ ସଙ୍ଗଠନ ତରଫରୁ ଖେଳାଳି ମାନଙ୍କ ପ୍ରୋତ୍ସାହନ ପାଇଁ ମୃଦୁ ପାନୀୟ ଏବଂ ପୁରସ୍କାର ରାଶି ଘୋଷଣା କରା ଯାଇ ଥିଲା.

Related Articles

Back to top button