ରାଜ୍ୟ ସ୍ତରୀୟ ହ୍ୟାଣ୍ଡ ବଲ୍ ପ୍ରତିଯୋଗିଙ୍କୁ ସମ୍ବର୍ଦ୍ଧନା ।

ଆଜି ବୈରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ରାଜ୍ୟ ସ୍ତରୀୟ ହ୍ୟାଣ୍ଡ ବଲ୍ ପ୍ରତିଯୋଗିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଈଧର ସାମଲ୍ କୃତି ପ୍ରତିଯୋଗିଙ୍କୁ ପୁଷଗୁଛ ପ୍ରଦାନ କରିବା ସହିତ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ।କ୍ରିଡା ଶିକ୍ଷୟିତ୍ରୀ ସସ୍ମିତା ସ୍ୱାଇଁ ଏହି ସମ୍ବର୍ଦ୍ଧନା ଉତ୍ସବକୁ ଆୟୋଜନ କରିଥିଲେ।ସୂଚନାଯୋଗ୍ୟ ଯେ ଚଳିତ ମାସ ୨ ତାରିଖରୁ ୪ ତାରିଖ ଚାରି ଦିନ ବ୍ୟାପୀ ଯାଜପୁର ଜିଲ୍ଲା ଇନଣ୍ଡୋର୍ ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ସ୍ତରୀୟ ହ୍ୟାଣ୍ଡ ବଲ୍ ପ୍ରତିଯୋଗିତାରେ ୧ମ ସ୍ଥାନ ଗ୍ରହଣ କରିଥିଲେ।ବାଳିକା ବିଭାଗ ପକ୍ଷରୁ ଶୁଶ୍ରୀ ବର୍ଷାରାଣୀ ବେହେରା,ମଟେଇ କାଣ୍ଡାକେଲ୍,ବିଜୟଲକ୍ଷ୍ମୀ ପରିଡା,ସ୍ମୃତିରେଖା ନାୟକ,ଭାଗ୍ୟଶ୍ରୀ ଭାଗ୍ୟଲକ୍ଷ୍ମୀ ନାୟକ,ଦୀପା ମଲ୍ଲିକ ଏବଂ ବାଳକ ବିଭାଗରୁ ପପୁ କାଣ୍ଡି ୧ମ ସ୍ଥାନ ବଜାୟ ରଖିଥିଲେ।ଚଳିତ ରାଜ୍ୟ ସ୍ତରୀୟ ହ୍ୟାଣ୍ଡ ବଲ୍ ପ୍ରତିଯୋଗିରେ ବୈରୀ ଉଚ୍ଚ ବିଦ୍ୟାଳୟ କୃତି ଅର୍ଜନ କରିଥିବାରୁ ରାଜ୍ୟ ହ୍ୟାଣ୍ଡବଲ୍ ସଂଙ୍ଘ ସମ୍ପାଦକ ରମେଶ ପୃଷ୍ଟି ସନ୍ତୋଷ ପ୍ରକାଶ କରିଛନ୍ତି।ଛତିଆ ହ୍ୟାଣ୍ଡବଲ୍ ପ୍ରଶିକ୍ଷକ ରଶ୍ମି ରଞ୍ଜନ କୃତି ଛାତ୍ରଛାତ୍ରୀ ଙ୍କୁ ସାଧୁବାଦ ଜଣାଇଛନ୍ତି। ବିଦ୍ୟାଳୟ ପକ୍ଷରୁ ବରିଷ୍ଠ ଶିକ୍ଷକ ସାଧୁଚରଣ ବେହେରା,ସୁନିଲ୍ ସାହୁ,ସୁରେଶ ବେହେରା,ମଧୁମିତା ନାୟକ,ବିଭୂତି ଭୂଷଣ ସେଠୀ,ସଂଧ୍ୟାରାଣୀ ନାୟକ,ଶୁଭଶ୍ରୀ ସେଠୀ, ଜନ୍ମେଜୟ ପ୍ରତାପ ଓ ଶରତ ଚନ୍ଦ୍ର ଖୁଣ୍ଟିଆ ପ୍ରମୁଖ କୃତି ଛାତ୍ରଛାତ୍ରୀ ଙ୍କୁ ସାଧୁବାଦ ଜଣାଇଥିଲେ।