କଟକ ଏସିବି ମେଡିକାଲ ରକ୍ତଭଣ୍ଡାର ପକ୍ଷରୁ ଛତିଆ ସମାଜ ସେବୀ ସଂଗଠନ ପରିବାର କୁ ଟ୍ରଫି ପ୍ରଦାନ,

ଛତିଆ “ଆପ୍ର ” 6/10 ଚଳିତ ମାସ 5 ତାରିଖ ଦିନ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଏସିବି ମେଡିକାଲ କଟକ ପରିସରରେ ଏକ ସମ୍ବର୍ଦ୍ଧନା ସମାରହୋ ଅନୁଷ୍ଠିତ ହୋଇଥିଲା,ଏସିବି ମେଡିକାଲ ପ୍ରତେକ୍ଷ ତତ୍ତ୍ୱଅବଧାନ ରେ ଆୟୋଜିତ ହୋଇଥିବା ଏହି ସମ୍ବର୍ଦ୍ଧନା ସମାରହୋ ରେ କଟକ ମେଡିକାଲ ରକ୍ତ ଭଣ୍ଡାର ପ୍ରୋଫେସର ଡାକ୍ତର ସ୍ମିତା ମହାପାତ୍ର ମାଡାମ ଙ୍କ ସହିତ ରକ୍ତଭଣ୍ଡାର ବହୁ ଉଚ୍ଚ ବଦଧିକାରୀ ଉପସ୍ଥିତ ରହିଥିଲେ…. ଯାଜପୁର ଜିଲ୍ଲାର ଛତିଆ ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ଅଗ୍ରଣୀ ସଂଗଠନ ଛତିଆ ସମାଜ ସେବୀ ସଂଗଠନ ପରିବାର ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଛତିଆ ସମାଜ ସେବୀ ସଂଗଠନ କୁ ମେଡିକାଲ ତରଫରୁ ସନମ୍ନାନ ଜନକ ପ୍ରଣାମ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା, ସ୍ଥାନୀୟ ଅଞ୍ଚଳ ରେ କଟକ ମେଡିକାଲ ତରଫରୁ ଅନେକ ଥର ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି … ସଂଗଠନ ସଦସ୍ୟ ବାହାନଗା ରେଳ ଦୃଘଟଣା ସମୟ କଟକ ମେଡିକାଲ ଯାଇଁ ତୁରନ୍ତ ରକ୍ତଦାନ କରିଥିଲେ, ଓ ଅନେକ ସମୟ ଅସହାୟ ରୋଗୀ ରକ୍ତ ଆବଶ୍ୟକ ଖବର ପାଇ ରୋଗୀ ଙ୍କୁ ସଂଗଠନ ସଦସ୍ୟ କଟକ ମେଡିକାଲ ରେ ରକ୍ତଦାନ କରୁଛନ୍ତି, ଏହି ଉଲେଖନୀୟ କାର୍ଯ୍ୟ ପାଇଁ ଛତିଆ ସମାଜସେବୀ ସଂଗଠନ ସର୍ବ ସମ୍ମୁଖ ରେ ସଂମ୍ମାନିତ ହେବା ସହ ଆମ ଅଞ୍ଚଳ ରକ୍ତଦାନ କ୍ଷେତ୍ର ରେ ଅଗ୍ରଣୀ ଭୂମିକା ବହନ କରି ମେଡିକାଲ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଓ ଟ୍ରଫି ହାସଲ କରିଥିଲା ସଂଗଠନ…….ଛତିଆ ସମାଜ ସେବୀ ସଂଗଠନ ର ସଭାପତି ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ବେହେରା, ସମ୍ପାଦକ ଶ୍ରୀଯୁକ୍ତ ଆଦିତ୍ୟ ଶଙ୍କର ସେଣ୍ଡ, କୋଷଦକ୍ଷ ଶ୍ରୀଯୁକ୍ତ ରଞ୍ଜନ କୁମାର ସିଂ, ଉପସଭାପତି ଶ୍ରୀଯୁକ୍ତ ନୃସିଂହ ଚରଣ ରାଉତ, ସହ ସମ୍ପାଦକ ଶ୍ରୀଯୁକ୍ତ ହୃଷିକେଶ ସେଠି, ଓ ମୁଖ୍ୟ ଉପଦେଷ୍ଟା କମିଟି ସମସ୍ତ ସଦସ୍ୟ ତଥା ସଂଗଠନ ପରିବାର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ…..