ଏକ ଦିବସୀୟ ଆଞ୍ଚଳିକ ଫୁଟବଳ ଟୁର୍ଣ୍ଣାମେଣ୍ଟ ଘଣ୍ଟାପଡାକୁ ହରାଇ କଣ୍ଟାମାଳ ବିଜୟୀ

କଣ୍ଟାମାଳ,୨୨।୯(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତ ଅନ୍ତର୍ଗତ ନୂଆପାଲି ଖେଳ ପଡିଆରେ ରୟାଲ କ୍ଲବ ପକ୍ଷରୁ ଆୟୋଜିତ ଏକ ଦିବସୀୟ ଆଞ୍ଚଳିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଘଣ୍ଟାପଡ଼ା ଦଳକୁ ହରାଇ କଣ୍ଟାମାଳ ଦଳ ଚମ୍ପିଆନ ହୋଇଛି।। ଉକ୍ତ ପ୍ରତିଯୋଗିତାରେ ସର୍ବମୋଟ ଆଠ ଗୋଟି ଦଳ ଅଂଶଗ୍ରହଣ କରିଥିଲେ l ଅନ୍ତିମ ଫାଇନାଲ ମ୍ୟାଚରେ ଘଣ୍ଟାପଡା ଓ କଣ୍ଟାମାଳ ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ଖେଳ ଅମୀମାଂସିତ ରହିବାରୁ ଟ୍ରାଇବ୍ରେକର ଜରିଆରେ ୩-୦ ଗୋଲରେ ଘଣ୍ଟାପଡା ଦଳକୁ ପରାସ୍ତ କରି କଣ୍ଟାମାଳ ଦଳ ବିଜୟ ମୁକୁଟ ପିନ୍ଧି ଥିଲା l ଘଣ୍ଟାପଡ଼ା ଦଳକୁ ଉପବିଜେତା ଦଳ ଭାବେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଉକ୍ତ ମ୍ୟାଚ ଗୁଡ଼ିକୁ ବିରବାହୁ ମାଝୀ, ଚୁଲୁ ରଣା ଏବଂ ସଦାଶିବ ମହାନନ୍ଦ ଖେଳ ପରିଚାଳନା କରିଥିବା ସ୍ଥଳେ ଦେବେନ୍ଦ୍ର ରଣା ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ l ପୁରସ୍କାର ବିତରଣ ଉତ୍ସବରେ ସ୍ଥାନୀୟ ଆଦିବାସୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତି ମୁଖ୍ୟ ଅତିଥି, ଏବିଇଓ ଚୈତନ୍ୟ ଧରୁଆ ଓ ସମାଜସେବୀ ଜଗତରାମ ଧରୁଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା କଣ୍ଟାମଳ ଓ ଉପବିଜେତା ଘଣ୍ଟାପଡା ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ପ୍ରଦାନ କରିଲେ l ରୟାଲ କ୍ଲବର ସଦସ୍ୟ ଡମ୍ବରୁ ଧରୁଆ, ଜୟରାମ ଭୋଇ, ନରେନ୍ଦ୍ର କୁମାର ଭୋଇ, ଖେଡୁରାମ ଭୋଇ, ବନ ଭୋଇ, ପ୍ରକାଶ କରଣ, ଯଦୁ ଭୋଇ, ହଳଧର ଭୋଇ, ମୁନା ବାବୁ, ଛୋଟୁରାମ ମାଝୀ, ପ୍ରକାଶ ମାଝୀ, ନେହେରୁ ଧରୁଆ ଏବଂ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ