Sports

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଘଂର ପ୍ରଶିକ୍ଷାର୍ଥୀଙ୍କ ସଫଳତା

କଣ୍ଟାମାଳ,୨୧/୯:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଦମାମୁଣ୍ଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଚାଲିଥିବା ୨ ଦିନିଆ ବୌଦ୍ଧ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଇତି ମଧ୍ୟରେ ଉଦଯାପିତ ହୋଇଯାଇଛି।ଅନୁଷ୍ଠିତ ହୋଇ ଯାଇଛି । ଅନେକ ଖେଳ ମଧ୍ୟରୁ ଶନିବାର ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟ ଗୁଡିକରୁ ଆସିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ହୋଇଥିବା ତୀରନ୍ଦାଜ କ୍ରୀଡା ପ୍ରତିଯୋଗିତାର ୧୪ ବର୍ଷରୁ କମ ବାଳକ ବିଭାଗର ଇଣ୍ଡିଆନ ରାଉଣ୍ଡରେ ଅମ୍ଳାନ କଅଁର, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରବୌଦ୍ଧ, ପ୍ରଥମ ଓ ବିଘ୍ନେଶ ଶତପଥୀ, ଓଡିଶା ଆଦର୍ଶ ବିଦ୍ୟାଳୟ,ମଣିପୁର ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ୧୪ ବର୍ଷରୁ କମ ବାଳିକା ବିଭାଗର ଇଣ୍ଡିଆନ ରାଉଣ୍ଡରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୧୪ ବର୍ଷରୁ କମ ବାଳିକା ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ ପ୍ରାଚୀପ୍ରଭା ମେହେର,ଓଡିଶା ଆଦର୍ଶ ବିଦ୍ୟାଳୟ,ତେତେଲେଙ୍ଗା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ୧୭ ବର୍ଷରୁ କମ ବାଳକ ବିଭାଗର କମ୍ପାଉଣ୍ଡ ରାଉଣ୍ଡରେ ସୁବ୍ରତ ନାୟକ ,ଓଡିଶା ଆଦର୍ଶ ବିଦ୍ୟାଳୟ,ତେତେଲେଙ୍ଗା ପ୍ରଥମ ସ୍ଥାନ ଅଧିକାର କରିଛନ୍ତିି। ଆଗାମୀ ଦିନରେ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଉଦଯାପନୀ ଦିବସରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦ୍ରା କୁଜୁର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button