ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଫୁଟୁବଲ ଚମ୍ପିୟନସିପ୍ ୨୦୨୪ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ

ଉମରକୋଟ -୧୯-୦୯-୨୪(ଆପ୍ର)-ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ୬୮ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଫୁଟୁବଲ ଚମ୍ପିୟନସିପ୍ ୨୦୨୪ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ନରେଶ କୁମାର ପଟ୍ଟନାୟକ ସ୍ଵାଗତ ଅଭିଭାଷଣ କରିଥିଲେ ।ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ବ୍ୟାଚ୍ ଓ ଉତ୍ତରୀୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ପରେ ଜାତୀୟ ସଙ୍ଗୀତ ଗାନକରି ଖେଳାଳୀମାନଙ୍କର ମାର୍ଚ୍ଚ ଫାଷ୍ଟ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ରାଜ୍ୟ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀତ ଅତିଥି ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ ଯୋଗ ଦେଇ ଜିଲ୍ଲା କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। କ୍ରୀଡ଼ା ପତକା ଉତ୍ତୋଳନ ପରେ କ୍ରୀଡା ସଞ୍ଚାଳକ ଖେଳାଳି ମାନଙ୍କୁ ଶପଥ ପାଠ କରାଇଥିଲେ। ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ କୁମାର ବର୍ମା , ଝରିଗାଁ ବିଧାୟକ ନରସିଂ ଭତ୍ରା, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ନବରଙ୍ଗପୁର ବିଧାୟକ ଗୈରୀଶଙ୍କର ମାଝୀ, ରାଜ୍ୟ ସଭା ସାଂସଦ ମୁଜିବୁଲ୍ଲା ଖାଁ,( ମୁନା) ଶାରୀରିକ ଶିକ୍ଷା ସହକାରୀ ନିର୍ଦେଶକ ଜ୍ୟୋତି ପ୍ରସାଦ ପରିଡା , ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ କୁ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଭାପତି ତଥା ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ଆୟୋଜନ କରିଥିଲେ ।ଏହି କାର୍ଯ୍ୟକ୍ରମ ଟି କୁ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ ରେଶମଲାଲ ନାୟକ , ନବରଙ୍ଗପୁର ଜିଲ୍ଲା ଶାରିରୀକ ଶିକ୍ଷାଧିକାରୀ ପ୍ରଭାତ କୁମାର ପଟ୍ଟନାୟକ ଓ ନବରଙ୍ଗପୁର ଜିଲ୍ଲା ର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପରିଚାଳନା କରିଥିଲେ। ଏହି ଫୁଟବଲ ପ୍ରତିଯୋଗିତା ରେ ୨୯ ଟି ଜିଲ୍ଲା ରୁ ସର୍ବମୋଟ ୫୨ ଟି ଦଳ ଅଂଶଗ୍ରହଣ କରିଥିଲେ । ସେମାନେ ଙ୍କ ମଧ୍ୟରୁ ୩୦ ଟି ଛାତ୍ର ଦଳ ଓ ୨୨ ଟି ଛାତ୍ରୀ ଦଳ ପ୍ରତିଯୋଗିତାରେ ଭାଗନେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଦାଶିବ ସୁକୁମାର ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ବ୍ରଜବନ୍ଧୁ କାଣ୍ଡି ଓ ମନୋରଞ୍ଜନ ପ୍ରହରାଜ ମୁଖ୍ୟ ଅତିଥି ଙ୍କୁ ଖେଳାଳୀ ମାନଙ୍କ ଦ୍ଵାରା ମାର୍ଚ୍ଚ ଫାଷ୍ଟ କରି ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଉମରକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।