କ୍ରୀଡା ଗୁରୁ ଙ୍କ ପଦ୍ମଶ୍ରୀ ପାଇଁ ନାମ ସୁପାରିଶ

କ୍ରୀଡା ଗୁରୁ ଙ୍କ ପଦ୍ମଶ୍ରୀ ପାଇଁ ନାମ ସୁପାରିଶ ଶିକ୍ଷକତାରୁ ଅବସର ନେବା ପରେ କ୍ରୀଡା କ୍ଷେତ୍ର ରେ ବଡ଼ଚଣା ମାଟି ପାଇଁ ଗୌରବ ଆଣିଛନ୍ତି କ୍ରୀଡା ଶିକ୍ଷକ ଉମାକାନ୍ତ ପୃଷ୍ଟି. 2010 ମସିହା ରେ ବଡ଼ଚଣା ମହିଳା ଫୂଟବଲ ଆସୋସିଏସନ ପଞ୍ଜିକୃତ କରି ନିଜସ୍ୱ ପେନସନ ପଇସା ରେ ମହିଳା ଶସକ୍ତି ରେ ନିଜକୁ ଉସର୍ଗ କରି ଥିଲେ ସାର. ବିଶେଷ କରି ମହିଳା ଖେଳାଳି ସୃଷ୍ଟି କରିବା ସହିତ ସେମାନଙ୍କୁ ରାଜ୍ୟ ତଥା ଜାତୀୟ ସ୍ଥରୀୟ ପ୍ରତିଭା କରି ଗଢି ତୋଳି ଉପଯୁକ୍ତ ନିଯୁକ୍ତି ଦେବା ରେ କର୍ଣ୍ଣଧାର ସାଜି ଥିଲେ. 2010 ରେ ମହିଳା ଫୂଟବଲ ଦଳ 30 ଛାତ୍ରୀଙ୍କୁ ନେଇ ଗଢି ଥିଲେ . ଏବେ ନିଜ ହାତ ରେ ଶତାଧିକ ଛାତ୍ରୀ ଗଢି ତୋଳି ଛନ୍ତି କ୍ରୀଡା ଗୁରୁ ଉମାକାନ୍ତ ସାର. କିଛି ଛାତ୍ରୀ ସରକାରୀ ଚାକିରୀ କରି ଉଚ୍ଚ ଦରମା ପାଉ ଥିବା ବେଳେ ଆଉ କିଛି ଛାତ୍ରୀ ଜାତୀୟ ସ୍ଥର ରେ ଖ୍ୟାତି ଆଣିଛନ୍ତି.ରାଷ୍ଟ୍ର କୁ ସମର୍ପିତ କ୍ରୀଡା ପ୍ରେମୀ ଉମାକାନ୍ତ ସାର 37000 ଟଙ୍କା ମାସିକ ପେନସନ ରୁ ନିଜସ୍ୱ ଖର୍ଚ୍ଚକୁ ସ୍ୱଳ୍ପ ରଖି ବାକି ସମସ୍ତ ପେନସନ ଟଙ୍କା ଛାତ୍ରୀ ମାନଙ୍କ କ୍ରୀଡା ସାମଗ୍ରୀ, ଜର୍ସି, ଜୋତା ଓ ଗମନା ଗମନ ରେ ଦୀର୍ଘ 14 ବର୍ଷ ହେଲାଣି ବିନିଯୋଗ କରି ଆସୁଛନ୍ତି. କ୍ରୀଡା ଗୁରୁ ଉମା ସାର ଙ୍କ ଏ ଭଲି ସେବା ସାରା ଓଡିଶା ରେ କ୍ରୀଡା ପ୍ରେମୀ ଙ୍କ ମଧ୍ୟରେ ଉଦାହରଣ ସୃଷ୍ଟି କରିଛି. ସାର ଏକା ଧାରା ରେ ଜଣେ କ୍ରୀଡା ପ୍ରେମୀ, ଉତ୍ତମ ଶିକ୍ଷକ, ସମାଜ ସେବି , ଲେଖକ, ନାରୀ ଶଶକ୍ତି ପ୍ରବର୍ତ୍ତକ. ସମସ୍ତ ଦିଗ କୁ ଲକ୍ଷ୍ୟ ରଖି ରାଷ୍ଟ୍ରୀୟ ଉଚତ୍ତର ଶିକ୍ଷା ସଂସ୍ଥାନ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଏବଂ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆବାହକ ଅବିନାଶ ମିଶ୍ର, କ୍ରୀଡା ଗୁରୁ ଉମାକାନ୍ତ ପୃଷ୍ଟି ଙ୍କ ନାମ କୁ ପଦ୍ମଶ୍ରୀ ଆୱାର୍ଡ ପାଇଁ ପଞ୍ଜିକରଣ କରି ସାମୁହିକ ସୁପାରିଶ କରିଛନ୍ତି.