Health

ତିଳେଶ୍ୱର ଠାରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଶିବିର

 

ହରଭଙ୍ଗା12/9(ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଠାରେ ଗୁରୁବାର ଦିନ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଡା.ସସ୍ମିତ ରଞ୍ଜନ ସତପଥି, ସିଏଚଓ ସୁଜାତା ମଞ୍ଜରୀ ଜେନା, ବାସନ୍ତୀ ଦାସ,ଯୋଗ ଶିକ୍ଷକ ତରୁଣ କୁମାର ଯୋଗ ଦେଇ ରୋଗୀଙ୍କୁ ପରୀକ୍ଷା କରିବାସହ ସ୍ୱାସ୍ଥ୍ୟ ସଚେତନତା ଏବଂ ନିରୋଗ ରହିବା ପାଇଁ ଦୈନିକ କିଛି ସମୟ ଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ଶିବିରକୁ ଅଞ୍ଚଳର ବିପି,ଡାଇବେଟିସ,ଗର୍ଭବତୀମହିଳା ଆଦି ଯୋଗ ଦେଇ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡିଛି ! କାର୍ଯ୍ୟକ୍ରମ କୁ ଆଶା କର୍ମୀ ମଞ୍ଜୁଵାଲା ସେଠି,ସାବିତ୍ରୀ ମିଶ୍ର,ପ୍ରମିଳା ମିଶ୍ର, ତୋପସିନୀ ଭୋଇ,ସୋଯଷ୍ଣା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l

Related Articles

Back to top button