ଛତିଆ ପି.ପି ମଣ୍ଡପ ଠାରେ କରାଟେ ପ୍ରତିଭା ସମ୍ମାନ ସମାରୋହ

ଯାଜପୁର ଜିଲ୍ଲା ଛତିଆ ନିକଟ ଗୋପପୁର ଛକ ପି.ପି ମଣ୍ଡପ ଠାରେ ଟ୍ରାଡିସନାଲ ଓ ସ୍ପୋର୍ଟସ କରାଟେ ଆସୋସିଏସନ୍ ଶାଖା ତରଫରୁ ୱାର୍ଲଡ଼ ଟ୍ରାଡିସ୍ ନାଲ୍ ସୋତକାନ୍ କରାଟେ ଫେଡରେସନ ରାଜ୍ୟ କରାଟେ ଚମ୍ପିୟନସିପ ପୂରୀରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିମାନଙ୍କୁ ଛତିଆ ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା।ପୂରୀ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସର୍ବ ଭାରତୀୟ ୱାର୍ଲଡ଼ ଟ୍ରାଡିସ୍ ନାଲ୍ ସୋତାକାନ୍ କରାଟେ ଫେଡରେସନ ସଂଘର ମୂଖ୍ୟ ତଥା ସଭାପତି ସିହାନ ସତ୍ୟଜିତ ଚୈାଧୁରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ରାଜ୍ୟର ସୁନାମଧନ୍ୟ ସେନସାଇ ସନକ କୁମାର ଦେଓ,ସତ୍ୟ ରଂଜନ ପଟ୍ଟନାୟକ, ଅଶୋକ କୁମାର ବାରିକ, ରତନ କୁମାର ମହାନ୍ତି ଓ ସେନସାଇ ଗୋପାଳ କୃଷ୍ଣ ନାୟକ ରେଫରୀ ଏବଂ ଜଜ୍ର ଦାୟିତ୍ୱ ବହନ କରିଥିଲେ।ବାଳକ ଟିମର ଲକ୍ଷ୍ମିଧର ସାହୁ ଓ ବାଳିକା ଟିମର ସାଗରିକା ସାହୁ ମ୍ୟାନେଜର ଭାବେ ଦାୟିତ୍ୱ ବହନ କରିଥିଲେ।ଆଜିର ଉତ୍ସବରେ କୃତି ପ୍ରତିଯୋଗି ମାନଙ୍କୁ ରୁଦ୍ର ଅଟୋମୋବାଇଲର ପ୍ରୋପାଇଟର ଶ୍ରୀମତି ଆଶାଲତା ଦାସ ପୁସ୍ତକ ଓ ପାଠ୍ୟପୋକରଣ ପ୍ରଦାନ କରି ସମ୍ମାନିତ କରିଥିଲେ।ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପ୍ରିୟଦର୍ଶିନୀ ସାହୁ, ଆଉଷ୍ମତି ଜେନା, ସୀତା ଦେଓଗାମ୍, ଆୟୁଷ କୁମାର ସାହୁ, ରାଜଶ୍ରୀ ସାହୁ, ରାଜେଶ କୁମାର ସାହୁ, ଡଲୀ ଦେଓଗାମ,ଅରବିନ୍ଦ ସିଂ, ଚିନ୍ମୟ ବାଉଳା, ଆଦ୍ୟାସା ପାଲ୍,ଅଭିପ୍ସା ରାଉତ, ଗୌତମ ଗୋଛାୟତ,ଦେଵଜ୍ୟୋତି ବ୍ରହ୍ମ, ଶିବାନୀ ନାୟକ, ଆଦିତ୍ୟ ନାୟକ, ପୀୟୂଷ ପ୍ରଧାନ, ତପନ କୁମାର ବେହେରା, ଶ୍ରୀ ଆରାଧ୍ୟl ଦାସ ଓ ପୀୟୂଷ ସୁତାର ପ୍ରତିଯୋଗିତାରେ ନିଜର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରି କୁମୁତି ଓ କାତାରେ ସଫଳତା ଲାଭକରଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ବ ଶେଷରେ ଆସୋସିଏସନର ଉପଦେଷ୍ଟା ଅମିୟ ସୂତାର ସମସ୍ତ ଅଭିଭାବକ ଓ କରାଟେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।ସମାଜସେବୀ ଅନାମ ଚରଣ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କରାଟେ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା।