Health

କୋମାରେ ଚାଲିଛି ଛତିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ।


– କୋମାରେ ଚାଲିଛି ସ୍ବାସ୍ଥ୍ୟ ସେବା, ସରକାର୍ ମାଗଣା ଔଷଧ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହି ଥିବା ବେଳେ, ଅର୍ଦ୍ଧାଧିକ ଔଷଧ ମିଳୁ ନାହିଁ, ସୁଇପର କରୁ ଛନ୍ତି ସ୍ବାସ୍ଥ୍ୟ ସେବା ଯାହାକୁ ନେଇ ପ୍ରତିବାଦ କରି ଛନ୍ତି ସ୍ଥାନୀୟ ଲୋକେ।
ସୂଚନା ଥାଉ କି, ବଡଚଣା ବ୍ଲକ ଅଧୀନ ଛତିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ଚିକିତ୍ସା କୋମାରେ , ଖାତା ଖତୀ ଆନ ରେ ଚାଲିଛି ରୋଗୀ ସେବା। ନିୟମିତ ଆସୁ ନାହାନ୍ତି ଏକ ମାତ୍ର ଡାକ୍ତର। ମିଳୁନି ସରକାରୀ ଔଷଧ, ଯାହାକୁ ନେଇ PHC ବଞ୍ଚାଅ ନାରା ବାଜି କରି ପ୍ରତିବାଦ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସୀ। ତେବେ ଖବର ପାଇ ଛତିଆ PHC ରେ ପହଞ୍ଚି ଥିଲେ ବଡଚଣା ସ୍ବାସ୍ଥ୍ୟ ଅଧିକାରୀ ଅଶୋକ ମିଶ୍ର । ରୋଗୀ ସମ୍ପର୍କୀୟ ଙ୍କ କହିବା ଅନୁଯାୟୀ ତାଙ୍କ ମା ଙ୍କୁ PHC କୁ ଆଣି ଥିଲେ, ଡାକ୍ତର ନ ଥିବା ରୁ ଜନୈକ ସୁଇପର୍ ଡ୍ରେସିଂ କରିଥିଲେ,ପରେ “ଘା” ଅଧିକ ବଢିବାରୁ ପୁଣି ଆଣିଥିଲେ,କିନ୍ତୁ କିନ୍ତୁ ଡ଼ଃ ଶ୍ରୀ ମିଶ୍ର ଅନ୍ୟତ୍ର ନେଇ ଚିକିତ୍ସା କରିବାକୁ କହିଥିଲେ।
ଅଞ୍ଚଳ ବାସୀ ଙ୍କ ଅଭିଯୋଗକୁ ଅଧିକାରୀ ଶ୍ରୀ ଯୁକ୍ତ ମିଶ୍ର ଙ୍କ ବହୁତ୍ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ସହିତ ସମ୍ପର୍କ ରହିଛି, ଡାକ୍ତର ନିଯୁକ୍ତି କରିବା ସରକାରଙ୍କ ଦାୟିତ୍ଵ ବୋଲି କହିବା ସହିତ ଅଭିଯୋଗ କୁ ଏଡାଇ ବାକୁ ପ୍ରୟାସ କରିବା ଅଞ୍ଚଳ ବାସୀଙ୍କୁ ଚକିତ କରିଛି।
ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ୧୬ ନମ୍ବର୍ ଜାତୀୟ ରାଜପଥ କଡ଼ରେ ଏହି ଛତିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଅବସ୍ଥିତି ଥିବା ରୁ ଡାକ୍ତର ଙ୍କୁ ନିୟମିତ କରିବା, ଔଷଧ ଯୋଗାଇ ଦେବାକୁ ଦାବି ହୋଇଛି।

Related Articles

Back to top button