Health
ଛତିଆ କଲେଜ ପ୍ରତିଷ୍ଠା ଦିବସରେ ରକ୍ତଦାନ ଦାନ ଶିବିର.
ଛତିଆ କଲେଜ ପ୍ରତିଷ୍ଠା ଦିବସରେ ରକ୍ତଦାନ ଦାନ ଶିବିର.କାଯ୍ୟକ୍ରମକୁ Nss ସଂଯୋଜକ ତଥା ବରିଷ୍ଠ ଅଧ୍ୟାପକ Dr.ନିରଞ୍ଜନ ପାତ୍ର ପରିଚାଳନା କରି ଥିଲେ. ସଂମ୍ମାନିତ ଅତିଥି ଆନ୍ତ କଲେଜ ଯୋଗ ଆବାହକ ଅବିନାଶ ମିଶ୍ର ଅଖଣ୍ଡ ଭାରତ ରେ ରକ୍ତଦାନ ର ମହାବାର୍ତ୍ତା ଦେଇ ଥିଲେ. ସଂମ୍ମାନିତ ଅତିଥି ଅନିତା ଦାଶ, ଯୋଗ ଗୁରୁ ଅଶୋକ କୁମାର, ଛତିଆ କଲେଜ ଅଧକ୍ଷ ଡ଼କ୍ଟର ମନୋଜ ମିଶ୍ର, ବିଶ୍ୱ ହିନ୍ଦୁ ପରିଷଦ ସହ ସମ୍ପାଦକ ସୁଶାନ୍ତ ସ୍ୱାଇଁ ଓ ବ୍ୟାଙ୍କର କୈବଲ୍ୟ ପୃଷ୍ଟି କେକ୍ କାଟି କାର୍ଯ୍ୟକ୍ରମ ଆରମ୍ଭ କରି ଥିଲେ. ରକ୍ତଦାନ ଶିବିର ଉଜ୍ଜାପନୀ ରେ ସାଂସଦ ରବିନ୍ଦ୍ର ନାରାୟଣ ବେହେରା, ବିଧାୟକ ଆକାଶ ଦାସ ନାୟକ, ବିଧାୟକ ଅମର ନାୟକ ଉପସ୍ଥିତ ରହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରି ଛାତ୍ର ଜୀବନରେ ସେବା କରିବାକୁ ଦିଗଦର୍ଶନ ଦେଇ ଥିଲେ. ପିରିଶେଷରେ 32 ୟୁନିଟ ରକ୍ତ ସଂଗୃହିତ ହୋଇ ଥିଲା.