ୱାର୍ଲଡ ମାଷ୍ଟର୍ସ ଅଥଲେଟିକ୍ସ ଚମ୍ପିୟାନସିପ ପାଇଁ ସିଲେକ୍ଟ ହେଲେ ଧୁନଚନ୍ଦ୍ର ତରାଇ !


ତିର୍ତ୍ତୋଲ :- କିଏ କହିଲା ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ପରି ବ୍ଲକରୁ କ୍ରୀଡା ଜଗତ ପାଇଁ କେହି ବାହାରି ପାରିବେନି ବୋଲି !ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନୀମୂଳ ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମର ମୁରଲୀଧର ତରାଇ ଙ୍କ ସୁପୁତ୍ର ଧୁନଚନ୍ଦ୍ର ତରାଇ ଦୀର୍ଘଦିନ ହେବ କ୍ରୀଡା ଜଗତରେ ନାମ ଉଜ୍ବଳ କରି ଆସିଥିବା ବେଳେ, ନିକଟରେ ସୁଡେନ ରେ ଅନୁଷ୍ଠିତ ହେବାକୁ ଯାଉଥିବା ୱାର୍ଲଡ ମାଷ୍ଟର ଅଥଲେଟିକ୍ସ ଚାମ୍ପିୟନସିପ ରେ ଭାରତୀୟ ଦଳରୁ ମନୋନୀତ ହୋଇଛନ୍ତି !ଖବର ଅନୁସାରେ ପାରାଦ୍ୱୀପ ପୋର୍ଟ ର ଜଣେ କର୍ମଚାରୀ ଭାବେ କାର୍ଯ୍ୟରତ ଧୁନଚନ୍ଦ୍ର ତରାଇ ଆଉ କେତେମାସ ପରେ ଅବସର ନେବାକୁ ବସିଥିବା ବେଳେ ୫୫ରୁ ୫୯ ବର୍ଷ ବୟସ ବର୍ଗରେ ଲଙ୍ଗ ଜମ୍ପ ଓ ୧୦୦ ମିଟର ଦୌଡ଼ ରେ ଭାଗନେଇ ଯୁବପିଢ଼ିର ଆଦର୍ଶ ହେବାକୁ ଯାଉଛନ୍ତି !ଆସନ୍ତା ଅଗଷ୍ଟ ମାସ ୧୩ ତାରିଖରୁ ୨୫ ତାରିଖ ଯାଏ ସୁଡେନ ରେ ଆୟୋଜିତ ହେବ ୱାର୍ଲଡ ମାଷ୍ଟର ଅଥଲେଟିକ୍ସ ଚମ୍ପିଅନସିପ !ଏଥିପାଇଁ ଭାରତୀୟ ଦଳରେ ଓଡିଶାରୁ ମାତ୍ର ଚାରିଜଣ ଖେଳାଳି ମନୋନୀତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଗତସିଂହପୁର ରୁ ଧୁନଚନ୍ଦ୍ର ତରାଇ ଅନ୍ୟତମ !ଏହି ଶୁଭ ଖବର ଅବଗତ ହେବାପରେ ପୋର୍ଟ କର୍ତ୍ତୃପକ୍ଷ ଙ୍କ ସମେତ ବହୁ ଶୁଭାକାଂକ୍ଷୀ ତଥା ସାଙ୍ଗସାଥି ମାନଙ୍କର ଶୁଭକାମନା ର ସୁଅ ଛୁଟିବାରେ ଲାଗିଛି !ନିଜ ଜନ୍ମମାଟି ଆଜି ଗର୍ବରେ ଫାଟିପଡୁଥିବା ବେଳେ ତିର୍ତ୍ତୋଲ ତଥା ଜଗତସିଂହପୁର ଜିଲ୍ଲା ର ଗୌରବ ଧୁନଚନ୍ଦ୍ର ପାଇଁ ବଢିବାକୁ ଯାଉଛି ବୋଲି ବହୁ ବୁଦ୍ଧିଜିବୀ, ଜ୍ଞାନୀ ଗୁଣି ମାନେ ଚର୍ଚ୍ଚା କରୁଛନ୍ତି !
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା




