ପବନ ଅଗ୍ରୱାଲ ମେମୋରିଆଲ ପଞ୍ଚମ କଳାହାଣ୍ଡି ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ


କଳାହାଣ୍ଡି ଜିଲ୍ଲା ସ୍ଥାନୀୟ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ର ସହଯୋଗରେ ପବନ ଅଗ୍ରୱାଲ ମେମୋରିଆଲ ପଞ୍ଚମ କଳାହାଣ୍ଡି ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ
ଉଦଘାଟନ ହୋଇଯାଇଅଛି I କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ଉଦଘାଟନୀ ଉତ୍ସବରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ ଦରୱାନ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିବାବେଳେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଅନ୍ୟତମ ଅତିଥି ଭାବରେ ଉପସ୍ଥିତ ରହିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ସନ୍ଦୀପ ମିଶ୍ର, ରାଜ୍ୟ ବ୍ୟାଡମିଣ୍ଟନ ସିଓସି ଉପ ଅଧ୍ୟକ୍ଷ ମନୋରଞ୍ଜନ ଦାସ, ବରିଷ୍ଠ ଉପସଭାପତି ଅରୁଣ ରଥ, ଅନ୍ୟତମ ଉପସଭାପତି ସମୀର ସାହୁ, ପ୍ରଣତି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଶିବାଶିଷ ବିଶି ମଞ୍ଚ ପରିଚାଳନା କରିଥିଲେ I
ସର୍ବପ୍ରଥମେ ସମସ୍ତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ଏବଂ ସ୍ବର୍ଗତ ପୱନ ଅଗ୍ରୱାଲଙ୍କ ଫଟୋଚିତ୍ରରେ ପୁଷ୍ପମାଳା ଦିଆଯାଇଥିଲା I ଏହାପରେ କୁନି ଖେଳାଳିମାନଙ୍କ ଦ୍ୱାରା ସମସ୍ତ ଅତିଥିମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା I ଏହାପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦରୱାନଙ୍କୁ ସଂଘର ସଭାପତି ପ୍ରଦୀପ ଦାସ ଉପଢୌକନ ଦେଇ ସମ୍ମାନିତ କରିଥିଲେ, ତଥା ସମସ୍ତ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା Iଏହାପରେ ସଂଘର ସଭାପତି ସ୍ୱାଗତ ଅଭିଭାଷଣରେ କଳାହାଣ୍ଡିରେ ଗୋଟିଏ ଆନ୍ତର୍ଜାତିକ ଇନଡୋର ଓ ବ୍ୟାଡମିଣ୍ଟନର ଉନ୍ନତି ପାଇଁ ଏକ କୋଚିଂ ଏକାଡେମୀର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ଏହାପରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଖେଳାଳି ଙ୍କୁ ଉତ୍ସାହିତ କରିବା ସହ ସମସ୍ତ ସୁବିଧା ଓ ସୁଯୋଗ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଦୁଇ ଦିନ ଧରି ଏହି ପ୍ରତିଯୋଗିତା ରେ କଳାହାଣ୍ଡିର ବିଭିନ୍ନ ବ୍ଲକ ରୁ ସମୁଦାୟ ୧୬୧ଜଣ ପ୍ରତିଯୋଗୀ ଭାଗ ନେଇଥିଲେ।ସଂଘ ତରଫରୁ ବରିଷ୍ଠ ସଦସ୍ୟ ମହେଶ କୁକ୍ରେଜା ଙ୍କୁ ପ୍ରତିଯୋଗିତାର ସାଙ୍ଗଠନିକ ସମ୍ପାଦକ ଓ ପ୍ରତିଯୋଗିତା ପରିଚାଳନା ପାଇଁ ଅଭିଜ୍ଞ ରାଜ୍ୟ ସ୍ୱୀକୃତି ଅମ୍ପାୟାର ସମୀର ସାହୁ ଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ଦୀପକ ସାଗର ଙ୍କୁ ପ୍ରତିଯୋଗିତା ପରିଚାଳକ ଦାୟିତ୍ୱ ଦିଆଯାଇଥିଲା।ସହଯୋଗ କରିବା ପାଇଁ ରାକେଶ ବେମାଲ,ଜିତେନ୍ଦ୍ର ମିଶ୍ର,ଅନିଶ ହାସଦା, ସୁମନ ପାଣିଗ୍ରାହୀ,ଜୟପ୍ରକାଶ ଜେନା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ଙ୍କୁ ନିୟୋଜିତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସଂଘ ର ସରୋଜ ମହାରଣା,ପରେଶ ପ୍ରଧାନ, ସାଇକୁମାର ସିଂ ସାମନ୍ତ, ରବି ସାହୁ,ଶକ୍ତି ଯୋଶୀ,ସନ୍ଦୀପ ଦାସ,ଅଶୋକ ପତି, ହେମନ୍ତ ମିଶ୍ର,ମାଣିକେଶ୍ୱରୀ ମହାପାତ୍ର,ବସନ୍ତ ଦୋରା,ସୁନୀଲ ଅଗ୍ରୱାଲ,ରଞ୍ଜିତ ସାହୁ,କମଲ ଅଗ୍ରୱାଲ,ଚତୁର୍ଭୁଜ ନାଏକ,ମନୀଷ ଦାସ ପ୍ରମୁଖ ସହଯୋଗ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




