Health

ରକ୍ତଦାନ ଶିବିରରେ ଯୋଗ ଦେଇ ରକ୍ତଦାନ କଲେ ବାଣପୁର ସିଭିଲ ଜର୍ଜ l

ଖୋର୍ଦ୍ଧା ଜିଲ୍ଲା ତା 28/7/2024ରିଖ ଚିଲିକା ବାଲୁଗାଁ ଅଶୋକ ନଗର ସ୍ଥିତ ଉମା ମହେଶ୍ୱର ବଣିକ ସଂଘ ଠାରେ ରୋଟାରୀ କ୍ଲବ ବାଲୁଗାଁ ବାଣପୁର ଓ ତାଲୁକ ଲିଗାଲ ସର୍ଭିସ କମିଟି ବାଣପୁର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ସିଭିଲ ଜର୍ଜ ସିନିଅର ଡିଭିଜନର ଅମରେଶ ମହାପାତ୍ର ଯୋଗ ଦେଇ ଉଦଘାଟନ କରିବା ସହିତ ନିଜେ ରକ୍ତଦାନ କରିଥିଲେ l ରକ୍ତଦାନ ହେଉଛି ମହତ ଦାନ, ରକ୍ତ ବିନା ଜୀବନ ଅସମ୍ଭବ ହୋଇଥିବା ବେଳେ ରକ୍ତ ଅଭାବରୁ କାହାର ଜୀବନ ଚାଲିନଯାଉ ଏହାରି ଉଦେଶ୍ୟ ରେ ଆଜି ବାଣପୁର ଏନ. ସି. ସି. କ୍ୟାଡର, ଏକତା ପରିଷଦ ଟ୍ରଷ୍ଟ ଯୁବଗୋଷ୍ଠୀ,ବାଲୁଗାଁ କରlଟି ଟିମ, ରୋଟାରୀଆନ ମେମ୍ବର ଓ ବାଲୁଗାଁ ବାଣପୁର ଅଞ୍ଚଳ ବହୁତ ବୁଦ୍ଧିଜୀବୀ ସାମିଲ ହୋଇ ରକ୍ତଦାନ କରିଥିଲେ l ଏହି ରକ୍ତଦାନ ଶିବିର ରେ ରୋଟାରୀଆନ ପ୍ରେସିଡେଣ୍ଟ ଶ୍ୟାମସୁନ୍ଦର ପୁଷ୍ଟି,ସେକ୍ରେଟାରୀ ଅଶୋକ କୁମାର ନାୟକ,ରୋଟାରୀଅନ ଗୋପାଳ ନାୟକ ତଥା ବରିଷ୍ଠ ଓକିଲ ବିପ୍ଳବ କୁମାର ମୁଦୁଲି,ବାଣପୁର ବିଜେପି ଲିଡର ତଥା ରୋଟାରୀଆନ ନନ୍ଦୁ ମିଶ୍ର, ସମାଜ ସେବୀ ତଥା ଲିଗାଲ ସର୍ଭିସ ମେମ୍ବର ସନ୍ଧ୍ୟା ଦେବୀ,ପୂର୍ବତନ ଭେଟେଶ୍ୱର ସରପଞ୍ଚ ଜିତେନ୍ଦ୍ର ନାଥ ଭୋଳ,କରାଟେ ପ୍ରଶିକ୍ଷକ ବ୍ଲାକ ବେଲ୍ଟ ଦୀପକ ସାମନ୍ତରାୟ ଓ ଅନ୍ୟମାନେ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲା ମେଡିକାଲ ଟିମ ସମସ୍ତ ରକ୍ତଦାତା ମାନଙ୍କୁ ସହଯୋଗ କରି କାର୍ଯ୍ୟକ୍ରମ କୁ ଆଗକୁ ବଢାଇବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l
ଟ୍ରାନସ୍‌ଫ୍ୟୁଜନ ପ୍ରଣାଳୀରେ ରକ୍ତଦାନଦ୍ୱାରା ଜୀବନ ନାଶକାରୀ ଅନେକ ରୋଗରୁ ଲୋକଙ୍କୁ ରକ୍ଷା କରାଯାଇପାରୁଛି । ଅନେକ ପ୍ରକାର ଜଟିଳ ଅସ୍ତ୍ରୋପଚାର ନିମିତ୍ତ ରକ୍ତର ଆବଶ୍ୟକତା ରହିଛି ଏବଂ ଏହି ରକ୍ତ ଅଭାବରେ ଅସ୍ତ୍ରୋପଚାର ହୋଇପାରିବ ନାହିଁ । ପୁଣି କୌଣସି ଦୁର୍ଘଟଣା ଜନିତ ରକ୍ତସ୍ରାବ କିମ୍ବା ଶିଶୁ ପ୍ରସବ ସମୟରେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ଥିବାରୁ ସେଭଳି ସ୍ଥଳରେ ରୋଗୀପାଇଁ ରକ୍ତ ନିତାନ୍ତ ଆବଶ୍ୟକ ହୁଏ । ତେବେ ସୁରକ୍ଷିତ ରକ୍ତ ସହିତ ଉପଯୁକ୍ତ ଗ୍ରୁପର ରକ୍ତ ନ ମିଳିଲେ ତାହା ପୁଣି ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ମଣିଷ ଶରୀରର ରକ୍ତର କୌଣସି ବିକଳ୍ପ ନ ଥିବାରୁ ରକ୍ତ ଦାନ ମାଧ୍ୟମରେ ଏହା ସଂଗ୍ରହ କରିବା ଜରୂରୀ ହୋଇପଡିଛି । ଏହି ଉଦ୍ଦେଶ୍ୟରେ ବ୍ଳଡ ବ୍ୟାଙ୍କମାନ ପ୍ରତିଷ୍ଠା କରାଯାଇ ରକ୍ତ ଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଉଛି ।ପରେ ପରେ ଓଡି ଆର୍ଟ ଠାରେ ରୋଟାରୀ ଇଂସ୍ଟଲେସନ କାଯ୍ୟକ୍ରମ ରେ ମା ଭଗବତୀ କଳାନିକେତନ ର କଳାକାର ମାନଙ୍କ ଦ୍ୱାରା ପାରମ୍ଭିକ ନୃତ୍ୟ ବେଶ ମନଲୋଭା ହୋଇଥିଲା l
ବାଣପୁର ରୁ ତ୍ରିଲୋଚନ ବାରିକ ସମର୍ଥ ନ୍ୟୁଜ l

Related Articles

Back to top button