ବୌଦ୍ଧ ଜିଲ୍ଲା ଯୁବ ରେଡକ୍ରସ୍ କାର୍ଯ୍ୟକାରିଣୀ ବୈଠକ

–
ମହାବିଦ୍ୟାଳୟ ସ୍ତରରେ ଥିବା ଯୁବ ରେଡକ୍ରସ ର ଜିଲ୍ଲା କାର୍ଯ୍ୟ କାରିଣୀ ବୈଠକ ଆଜି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ରେଡକ୍ରସ୍ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଡ଼ାକ୍ତର ତଥା ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ଅଫିସର ହେମ୍ବ୍ରମ ଯୋଗଦାନ କରି ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ରେ ଏଚ ଆଇ ଭି/ଏଡ଼ସ, ଟିବି, ମ୍ୟାଲେରିଆ, ଡେଙ୍ଗୁ, ସିକିଲ୍ ସେଲ ଇତ୍ୟାଦି ରୋଗ ପାଇଁ ସ୍ୱାସ୍ଥ୍ୟ ବିଭାଗ ସହଯୋଗ ରେ ସଚେତନତା ସୃଷ୍ଟି କରିବା ପାଇଁ ଅନୁରୋଧ କରିଥିଲେ l ସମସ୍ତ ଡିଗ୍ରୀ କଲେଜ ରେ ରକ୍ତ ଦାନ ଶିବିର ଆୟୋଜନ କରି ରକ୍ତ ଅଭାବ ଦୂର କରିବାକୁ ଆହ୍ବାନ କରିଥିଲେ l ସଭା ଆରମ୍ଭରେ ଯୁବ ରେଡ୍ କ୍ରସ ସମ୍ପାଦକ ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ ସମସ୍ତଙ୍କୁ ସ୍ଵାଗତ କରି ଗତ ବର୍ଷର ବୈଠକ ର ବିବରଣୀ ପାଠ ସହ ଗତ ବର୍ଷର ଯୁବ ରେଡକ୍ରସ ଜିଲ୍ଲା ସ୍ତରରେ ମୁଖ୍ୟ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁରେଶ୍ଵର ଯୋଶୀ ରାଜ୍ୟ ଶାଖା ଦ୍ଵାରା ନିର୍ଦ୍ଦେଶ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପସ୍ଥାପନ କରିବାସହ ସବୁ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନେ ସେମାନଙ୍କ ରାଜ୍ୟ ସହଯୋଗ ରାଶି ପ୍ରଦାନ କରିବାକୁ ନିବେଦନ କରିଥିଲେ l ଜିଲ୍ଲା ତମାଖୁ ନିୟନ୍ତ୍ରଣ କେନ୍ଦ୍ର ର ପରାମର୍ଶଦାତା ଆଲୋକ ମିଶ୍ର ସମସ୍ତ ମହାବିଦ୍ୟାଳୟ ରେ ତମାଖୁ ମୁକ୍ତ କାର୍ଯ୍ୟକ୍ରମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ବନ ସରଂକ୍ଷକ ମୀନାକ୍ଷୀ କୁମୁରା ସମସ୍ତଙ୍କୁ ବୃକ୍ଷ ରୋପଣ ପାଇଁ ଅନୁରୋଧ କରିବା ସହ ସେଥିପାଇଁ ମାଗଣାରେ ଚlରl ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ l ମଡେଲ ଡିଗ୍ରୀ କଲେଜ, ହରଭଙ୍ଗା ମହାବିଦ୍ୟାଳୟ, ଭୈରବୀ ଡିଗ୍ରୀ କଲେଜ, ଭୈରବୀ କନିଷ୍ଠ ମହବିଦ୍ୟାଳୟ, ମହିଳା କନିଷ୍ଠ ମହାବିଦ୍ୟାଳୟ, ଘଣ୍ଟାପଡ଼l ମହାବିଦ୍ୟାଳୟ ର ଅଧ୍ୟକ୍ଷ ମାନେ ନିଜ ନିଜର ବକ୍ତବ୍ୟ ସହ ଯୁବରେଡକ୍ରସ ର କାର୍ଯ୍ୟକ୍ରମ କୁ ବିସ୍ତାର କରିବା ପାଇଁ ଅନେକ ପ୍ରସ୍ତାବ ଦେଇଥିଲେ l ବହୁ ଯୁବ ରେଡକ୍ରସ କାଉନସେଲର ମଧ୍ୟ ନିଜ ମତ ପ୍ରଦାନ କରିଥିଲେ l ସମସ୍ତ ଅନୁଷ୍ଠାନ ରେ ବୃକ୍ଷ ରୋପଣ, ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ ସଚେତନତା, ରକ୍ତଦାନ ଶିବିର କାର୍ଯକ୍ରମ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l ଚଳିତ ବର୍ଷ ର ଜିଲ୍ଲାସ୍ତର ଶିବିର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଅନୁଷ୍ଠିତ କରିବା କୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା l ଏହି ଅବସରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ନିକଟରେ ଚାକିରି ରୁ ଅବସର ନେଉଥିବାରୁ ତାଙ୍କୁ ଯୁବରେଡକ୍ରସ ତରଫରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଶେଷରେ ଜିଲ୍ଲା ସଂଯୋଜକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l