Sports

ଘଣ୍ଟାପଡ଼ାରେ ବିଶ୍ଵ ଯୋଗ ଦିବସ ପାଳିତ ।

କଣ୍ଟାମାଳ,୨୧/୬:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ହାଇସ୍କୁଲ ଖେଳ ପଡ଼ିଆରେ ପଞ୍ଚାୟତ ତରଫରୁ ୧୦ମ ବିଶ୍ଵ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଗୁରୁ ଗରଣ ସେଠୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ଘଣ୍ଟାପଡ଼ା ଶିବାଜୀ ପ୍ରଭାତ ଶାଖାର ପ୍ରମୁଖ ଯାଦବ ପ୍ରସାଦ ସାହୁ ଯୋଗଦେଇ ଉପସ୍ଥିତ ବ୍ୟକ୍ତିଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରୀତା କହଁର, ପୂର୍ବ ସରପଞ୍ଚ ଚିତ୍ତରଞ୍ଜନ ପାତ୍ର, ଗୋପିନାଥ କହଁର, ବିଶ୍ଵାମିତ୍ର ମାଝୀ, ଦୁର୍ମନ ବିଭାଗ,ଧରଣୀ ଧର ବିଭାଗ,କାଳିଆ କହଁର, ମହେଶ୍ଵର ରଣା ପ୍ରମୁଖ ଉପସ୍ଥିତ ରହିଥିଲେ ଓ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଶଙ୍କର୍ଷଣ ପ୍ରଧାନ ଓ ନିରଞ୍ଜନ ନାଗ ସହଯୋଗ କରିଥିଲେ। ସେହିପରି ଆମ୍ବଗାଁ, ଉମା , ନାରାୟଣପ୍ରସାଦ,ବରଗାଁ, ଖୁଣ୍ଟିଗୋରା ,ଖମନମୁଣ୍ଡା ଓ କୁଲୁତାଯୋର ପଞ୍ଚାୟତ ମାନଙ୍କରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button