Health
ବିଶ୍ୱ ଯୋଗ ଦିବସ ଅବସର ରେସୋଲର ସେବକ ଜରା ନିବାସ ରେ ସାଇ ସେବା ସଂଗଠନ ପଳାଇ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ


ଆଜି ବିଶ୍ୱ ଯୋଗ ଦିବସ ଅବସର ରେସୋଲର ସେବକ ଜରା ନିବାସ ରେ ସାଇ ସେବା ସଂଗଠନ ପଳାଇ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି, ଡାକ୍ତର ଜ୍ଞାନ ରଞ୍ଜନ ନାୟକ ଫାର୍ମାସିଷ୍ଟ ଶିଶିର କୁମାର ପଣ୍ଡା ତଥା ବହୁ ସ୍ୱାସ୍ଥ୍ୟ ସେବିକା ଓ ସେବକଏଥିରେ ସହଯୋଗ କରିଥିଲେ,ଉକ୍ତ ଶିବିର କୁ ପରିଚାଳନା କରିଥିଲେ ସାଇ ସଂଗଠନ ର ମୁଖ୍ୟ ପ୍ରଶାନ୍ତ ସାମଲ ଓ ସାହା ସଂଗଠନ ର ପ୍ରମୁଖ ସଦସ୍ୟ ସତ୍ୟ ନାରାୟଣ ଦାଶ, ଇଞ୍ଜିନିଅର ଜ୍ଞାନ ରଞ୍ଜନ ବାରିକ ନବ କିଶୋର ବାରିକ ପ୍ରମୋଦ ସାହୁ ରୋଗୀ ମାନଙ୍କର ସେବା ଯତ୍ନ କରିଥିଲେ, ଏଠାରେ ରହୁଥିବା ଅସହାୟ ବୃଦ୍ଧ ବୃଦ୍ଧା ବିକଳାଙ୍ଗ ଓ ମାନସିକ ବିକାର ଗ୍ରସ୍ତ ରୋଗୀ ମାନଙ୍କ ର ମାଗଣା ରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ଔଷଧ ପତ୍ର ବଣ୍ଟନ କରାଯାଇଥିଲା, ସେବକ ପକ୍ଷରୁ ସଭାପତି ସୁରେଶ ବିଶ୍ୱାଳ ଓ ବିଶିଷ୍ଟ ଶିକ୍ଷାବିତ ନିତ୍ୟାନନ୍ଦ ପ୍ରଧାନ କୃତଜ୍ଞତା ଜ୍ଞାପନ କରିଥିଲେ,




