Sports
ଦକ୍ଷିଣିପାଲି ରେ ପ୍ରଥମ ଡିପିଏଲ୍ ଲିଗ୍ କ୍ରିକେଟ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ


ଉଲୁଣ୍ଡା ୨୬/୦୫ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସିଣ୍ଢୋଳ ପଞ୍ଚାୟତ ଅନ୍ତର୍ଗତ ଦକ୍ଷିଣିପାଳି ଖେଳ ପଡିଆରେ ମାଁ ବୀଣାପାଣି କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ପ୍ରଥମ ଡ଼ିପିଏଲ ଲିଗ କ୍ରିକେଟ ଟୂର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା।ଫାଇନାଲ ଖେଳ ରେ ଆର କେ ସ୍କୋର୍ଟିଂ ଉଲୁଣ୍ଡା ଦଳ ବେଦବ୍ୟାସ ପୋଷ୍ଟିଙ୍ଗ ହାତୀପାହୁଳ ଦଳକୁ ହରାଇ ଚାମ୍ପିୟାନ ହୋଇଛି ନିର୍ଧାରିତ 10 ଓଭର ରେ ପ୍ରଥମେ ବ୍ୟାଟିଂ କରି 75 ରନ କରିଥିଲେ ।ସେହି ଜବାବ ରେ 5 ଜଣ ଖେଳାଳି ଙ୍କୁ ହରାଇ 68 ରନ କରିପାରିଥିଲେ ।
ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଶିକ୍ଷକ ଅବଦୁଲ ଭୋଇ ଓ ସଂମାନିତ ଅତିଥି ଭାବେ ଶମ୍ଭୁରାଜ କର୍ଣ୍ଣ ଉପସ୍ଥିତ ରହି ବିଜୟୀ ଦଳ ସହିତ ଉପବିଜୟୀ ଦଳକୁ ଟ୍ରଫି ସହିତ ଅର୍ଥ ରାଶି ପ୍ରଦାନ କରିଥିଲେ। ଶଶୀନ୍ଦ୍ର ଭୁକ୍ତା ମ୍ୟାଚ ପରିଚାଳନା କରିଥିବା ବେଳେ ଓ ବୁଲୁ ଭୁକ୍ତା ସହଯୋଗ କରିଥିଲେ । ପ୍ରତ୍ୟୁଷ ସାହୁ, ବିନୋଦ ମାଝୀ,ଆଶିଷ ଭୁକ୍ତା, ଉମେଶ ପଧାନ, କମଳ ସେଠି ପ୍ରଭୃତି ସହଯୋଗ କରିଥିଲେ।




