ଖୁଣ୍ଟିଗୋରା ରାତ୍ରି କାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ସିଙ୍ଘାରିକୁ ହରାଇ ଉତ୍ତରବାହାଲ ଚମ୍ପିଆନ ,ଚିୟର୍ସ ଗାର୍ଲ ଦର୍ଶକଙ୍କ ମନ ଜିଣିଥିଲେ।


କଣ୍ଟାମାଳ,୧୧।୫( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରାର ସତସଙ୍ଗ ପଡିଆରେ ଚାଲିଥିବା ପଞ୍ଚମ ଧମାକା ଫ୍ଲଡ ଲାଇଟ ସାର୍କିଲ କ୍ରିକେଟ ପ୍ରତିଯୋଗିତାର ଉଦଯାପନୀ ସନ୍ଧ୍ୟାରେ ସିଙ୍ଘାରିକୁ ହରାଇ ଚଳିତ ବର୍ଷ ପ୍ରଥମଥର ପାଇଁ ଚମ୍ପିଆନ ହୋଇଛି ଉତ୍ତରବାହାଲ ଦଳ । ଫାଇନାଲ ମ୍ୟାଚରେ ଟସ ଜିତି ଉତ୍ତରବାହାଲ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ଉଇକେଟ ହରାଇ ୭୫ରନ କରିବାକୁ ସମର୍ଥ ହୋଇଥିଲା। କଷ୍ଟସାଧ୍ୟ ରନକୁ ପିଛା କରି ସିଂହାରି ଦଳ ସମାନ ଉଇକେଟ ହରାଇ ୬ ରନରେ ପରାଜିତ ହୋଇ ଉପ ବିଜେତାରେ ସନ୍ତୋଷ ହେବାକୁ ପଡ଼ିଥିଲା। ପ୍ରଥମରୁ ଆଠଗାଁ ଓ ସିଂହାରି ମଧ୍ୟରେ ପ୍ରଥମ ସେମି ଫାଇନାଲ ଖେଳି ଥିଲେ। ଏଥିରେ ସିଂହାରି ଦଳ ବାଜି ମାରି ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ଦ୍ୱିତୀୟ ସେମି ଫାଇନାଲରେ ଡୁମାଲପାଲି ଓ ଉତ୍ତରବାହାଲ ମଧ୍ୟରେ ଖେଳ ହୋଇ ଉତ୍ତରବାହାଲ ବିଜୟୀ ହୋଇ ଫାଇନାଲ ଖେଳିଥିଲା। ଫାଇନାଲ ଖେଳରେ ଉଭୟ ଦଳର ବିଜେତାଙ୍କ ମଧ୍ୟରୁ ଉତ୍ତରବାହଲ ଚମ୍ପିଆନ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ୩ୟ ସ୍ଥାନ ଓ ୪ର୍ଥ ସ୍ଥାନ ପାଇଁ ଉଭୟ ସେମିଫାଇନାଲ ଦଳର ପରାଜିତଙ୍କ ମଧ୍ୟରେ ଖେଳ ହୋଇଥିଲା।ଏଥିରେ ଡୁମାଲପାଲି ଦଳ ବିଜୟୀ ହୋଇ ୩ୟ ସ୍ଥାନ ଓ ଆଠଗାଁଦଳ ୪ର୍ଥ ସ୍ଥାନ ହାସଲ କରିଥିଲାl ଚମ୍ପିଆନ ଦଳର ଅର୍ଜ୍ଜୁନ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ହାସଲ କରିଥିଲେ। ନିରୋଜ ସାହୁ, ଲକି ସାହୁ, ଲମ୍ବୋଦର ବେହେରା ଓ କେଦାର ସାହୁ ଖେଳ ପରିଚାଳନା କରିଥିଲେ l ଧୀରେନ୍ଦ୍ର ସାହୁ ଓ ସୁଶାନ୍ତ ବାରିକ ଧାରାବିବରଣୀ ପ୍ରଦାନ କରିଥିଲେ l ଭକ୍ତ ସାହୁ ଓ ଘନଶ୍ୟାମ ବାଘ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ l ଫାଇନାଲ ଖେଳରେ ଫିରିଙ୍ଗିଆ ବ୍ଳକ ଉପାଧ୍ୟକ୍ଷ ଅଜିତ ସାହୁ ମୁଖ ଅତିଥି ଓ ସମାଜସେବୀ ଅଶୋକ ସାହୁ , ଧିରୋଜ ଭୋଇ, ଗଙ୍ଗାଧର ସାହୁ, ଶିକ୍ଷାବିତ ମନ୍ଦର ଧର ବେହେରା, ଶିକ୍ଷକ ଧର୍ମାନନ୍ଦ ସାହୁ, ସୂର୍ଯ୍ୟମଣୀ ମେଶ୍ୱା,ଉପେନ୍ଦ୍ର ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ ବିଜୟୀ ଦଳଙ୍କୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ l ଆୟୋଜକ କମିଟି ତରଫରୁ ଶେଷ ସଂଧ୍ୟାରେ ଚିୟର୍ସ ଗାର୍ଲ ଙ୍କ ନାଚରେ ଦର୍ଶକ ତାଳେ ତାଳେ ନାଚି ମ୍ୟାଚ ଉପଭୋଗ କରିଥିଲେ। ପ୍ରଫୁଲ୍ଲ ଥାଟି, ଅଂଶୁମାନ ସାହୁ, ଓମ ସାହୁ, ହରି ଭୋଇ, ବିଜୁ ଭୋଇ ସମେତ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l ଟୁର୍ଣ୍ଣାମେଣ୍ଟରେ ସମସ୍ତ ଖେଳାଳୀ ଉତ୍ତମ ପ୍ରଦର୍ଶନ ଓ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଥିବାରୁ କମିଟି ସଦସ୍ୟ ଲମ୍ବୋଦର ସାହୁ ସମସ୍ତ କମିଟି ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




