ଖୁଣ୍ଟିଗୋରା ରାତ୍ରି କାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମୋହନଗିରିକୁ ହରାଇ ଡୁମାଲପାଲି ସେମିରେ


କଣ୍ଟାମାଳ,୧୦।୫( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରାର ସତସଙ୍ଗ ପଡିଆରେ ଚାଲିଥିବା ପଞ୍ଚମ ଧମାକା ଫ୍ଲଡ ଲାଇଟ ସାର୍କିଲ କ୍ରିକେଟ ପ୍ରତିଯୋଗିତାର ଚତୁର୍ଥ ସନ୍ଧ୍ୟାରେ ଡୁମାଲପାଲି ଏମଏମସିସି ଓ ମୋହନଗିରି ଦଳ ମଧ୍ୟରେ କ୍ଵାଟର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା l ଡୁମାଲପାଲି ଦଳ ବିଜୟୀ ହୋଇ ଚତୁର୍ଥ ଦଳ ଭାବେ ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହୋଇଛି l ନିରୋଜ ସାହୁ, ଲକି ସାହୁ, ଲମ୍ବୋଦର ବେହେରା ଓ କେଦାର ସାହୁ ଖେଳ ପରିଚାଳନା କରିଥିଲେ l ଧୀରେନ୍ଦ୍ର ସାହୁ ଓ ସୁଶାନ୍ତ ବାରିକ ଧାରାବିବରଣୀ ପ୍ରଦାନ କରିଥିଲେ l ଭକ୍ତ ସାହୁ ଓ ଘନଶ୍ୟାମ ବାଘ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ l ଆଜିର ଖେଳରେ ସମାଜସେବୀ ଅଭିରାମ ରଣା, ଶିକ୍ଷକ ଅନିଲ ସାହୁ, ସୁବୋଧ ସାହୁ, ବ୍ୟବସାୟୀ ନିରୋଜ ସାହୁ, ଇଞ୍ଜିନିଅର ଶ୍ୟାମସୁନ୍ଦର ସାହୁ, ଲକ୍ଷ୍ମଣ ଟୁଡୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ l ପ୍ରଫୁଲ୍ଲ ଥାଟି, ଅଂଶୁମାନ ସାହୁ, ଓମ ସାହୁ, ହରି ଭୋଇ, ବିଜୁ ଭୋଇ ସମେତ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l ଶୁକ୍ରବାର ଫାଇନାଲ ମ୍ୟାଚ ହେବ ବୋଲି କମିଟି ସଦସ୍ୟ ଲମ୍ବୋଦର ସାହୁଙ୍କ ଠାରୁ ପ୍ରକାଶ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




