ଖୁଣ୍ଟିଗୋରାରେ ପଞ୍ଚମ ରାତ୍ରିକାଳୀନ କ୍ରିକେଟ ଉଦଘାଟିତ,ଉତ୍ତରବାହାଲ ଦଳ ସେମି ଫାଇନାଲରେ ।


କଣ୍ଟାମାଳ,୭।୫( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରାର ସମସଙ୍ଗ ପଡିଆରେ ପଞ୍ଚମ ଧମାକା ଫ୍ଲଡ ଲାଇଟ ସାର୍କିଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ଉଦଘାଟନୀ ଉତ୍ସବରେ ଖୁଣ୍ଟିଗୋରା ସରପଞ୍ଚ ସୁନିତା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ l ପାଞ୍ଚଦିନ ଧରି ହେବାକୁଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ ଖେଳ ଉଡେର ଓ ବଘିଆ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ବଘିଆ ଦଳ ବିଜୟୀ ହୋଇ ତିଳେଇମାଳ ସହିତ ପ୍ରି-କ୍ଵାଟର ଖେଳି ବିଜୟୀ ହୋଇ ଉତ୍ତରବାହାଲର ମା’ ବସ୍ତ୍ରେନ ବୁଢି ଦଳ ସହିତ କ୍ଵାଟର ଫାଇନାଲ ଖେଳି ପରାଜିତ ହୋଇଥିଲା l ଫଳରେ ଉତ୍ତରବାହାଲ ପ୍ରଥମ ଦଳ ଭାବରେ ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି l ଉକ୍ତ ମ୍ୟାଚଗୁଡିକରେ ଧୀରେନ୍ଦ୍ର ସାହୁ, ଉତ୍କଳ ସାହୁ , ଲମ୍ବୋଦର ସାହୁ ଓ ଅନିଲ ସାହୁ ଖେଳ ପରିଚାଳନା କରିଥିଲେ l ପବିତ୍ର, ଶଙ୍କର ଓ ସୁଶାନ୍ତ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଭକ୍ତ ସାହୁ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ l ମୁଖ୍ୟଅତିଥି ସରପଞ୍ଚ ଶ୍ରୀମତୀ ମାଝୀଙ୍କ ସହ ସମ୍ମାନିତ ଅତିଥି ଭାବେ ଘଣ୍ଟାପଡା ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି, ଶିକ୍ଷାବିତ କାର୍ତ୍ତିକେଶ୍ୱର ବେହେରା ଓ ନୀଳାଚଳ ଭୋଇ, ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, ଖୁଣ୍ଟିଗୋରା ପିଏସସି ଡାକ୍ତର ଆନନ୍ଦ ଭୁଏ, ସାମ୍ବାଦିକ ପ୍ରଭାତ ସାହୁ, ସମାଜସେବୀ ମନୋଜ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିବା ସଂଗେସଂଗେ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ l କମିଟୀ ସଦସ୍ୟ ଲମ୍ବୋଦର ବେହେରା, ନିରୋଜ ସାହୁ, କେଦାର ସାହୁଙ୍କ ସମେତ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




