Sports

ସୁବାଷ ଚନ୍ଦ୍ର ବୋଷ କ୍ରିକେଟ କ୍ଲବ ର ବାର୍ଷିକ ଟୁର୍ନାମେଣ୍ଟ

 ସୋଲର ପଂଚାୟତ ପାଇକେରାପୁର ସୁବାଷ ଚନ୍ଦ୍ର ବୋଷ କ୍ରିକେଟ କ୍ଲବ ର ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ଅବସର ରେ ଗତ କାଲି ଏକ ନାଇଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି,16ଟି ଦଳ ଏଥିରେ ଭାଗ ନେଇଥିଲେ, ଫାଇନାଲ ମ୍ୟାଚ ରେ ବନ୍ଦା ଳୋ ଏକ ଡାଳିଆ କୁ ଭେଟିଥିଲା, ଏକ ଡାଳିଆ ନିର୍ଧାରିତ 40ଓଭର ରେ ମୂଲ୍ୟବାନ 4ଉଇକେଟ ହରାଇ 57ରନ ସଂଗ୍ରହ କରିଥିଲା, ଜବାବ ରେ ବନ୍ଦା ଳୋ ନିର୍ଧାରିତ 40ଓଭର ରେ ମୂଲ୍ୟବାନ 4ଉଇକେଟ ବିନିମୟ ରେ 58ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା, ସୋଲର ପଂଚାୟତ ସରପଞ୍ଚ ବିଜୟ ସ୍ୱାଇଁ ସମିତି ସଭ୍ୟ ସଞ୍ଜୟ ବେହେରା ଓ ପାଇକେରା ପୁର ଗାଁ ର ପୁଅ ହରିଆନା ଠା ରେ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ପୋଲିସ କ୍ଳ ଷ୍ଟର ବଡି ବିଲଡର ପ୍ରତି ଯୋଗିତା ରେ ସ୍ଵର୍ଣ ପଦକ ହାସଲ କରିଥିବା ପୋଲିସ କର୍ମଚାରୀ ଅକ୍ଷୟ ମଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚମ୍ପିୟାନ ଦଳ କୁ 4ହଜାର ଓ ରନର୍ସ ଅଫ ଦଳକୁ 3ହଜାର ଟଙ୍କା ପୁରସ୍କୃତ କରିଥିଲେ, ସନାତନ ମଲିକ ଓ ଘନଶ୍ୟାମ ମଲିକ ମ୍ୟାଚ ପରିଚାଳନା କରିଥିଲେ, ଚିକୁ ସୁମନ ମାନସ ପପୁ ପିଣ୍ଟୁ ଗୁଡ଼ୁ କ୍ଷେତ୍ରବାସୀତଥା କ୍ଲବ ର ସମସ୍ତ ସଦସ୍ୟ ପ୍ରମୁଖ ଏଥିରେ ସହଯୋଗ କରିଥିଲେ,ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ

Related Articles

Back to top button