ମା’ ମେଟାକାନି ଫ୍ଲଟ ନାଇଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟିତ: ଲଣ୍ଡାଗାଁ ଦଳ କ୍ୱାଟର ଫାଇନାଳରେ


କଣ୍ଟାମାଳ,୯।୪( ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ଉଡେର ଗ୍ରାମସ୍ଥିତ ଖେଳ ପଡିଆରେ ଶ୍ରୀ ଗଣେଷ ପୂଜା କମିଟି ପକ୍ଷରୁ ରାତ୍ରୀ କାଳିନ ମା’ ମେଟାକାନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ଗାଁ ଗୌନ୍ତିଆ ପିତାମ୍ବର ଭୋଇ ଆନୁଷ୍ଠାନିକ ଭାବେ ଯୋଗଦେଇ ଖେଳକୁ ଉଦଘାଟନ କରିଥିଲେ l ଉଦଘାଟନୀ ଖେଳରେ ଲଣ୍ଡାଗାଁ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୬ ଓଭର ଖେଳରେ ୪ ୱିକେଟ୍ ବିନିମୟରେ ୪୫ ରନ ସଂଗ୍ରହ କରିଥିଲା l ଜବାବରେ ଦେଓଗାଁ ଦଳ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ବିନିମୟରେ କେବଳ ୩୮ ରନ କରି ୭ ରନରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ଖେଳରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ମୁଖ୍ୟଅତିଥି ଏବଂ ଆଦିବାସୀ ନେତା ତଥା ଗୌନ୍ତିଆ ପିତାମ୍ବର ଭୋଇ, ସମାଜସେବୀ ସୁଧିର ସାହୁ, ଶିକ୍ଷାବିତ ରୀତିବନ୍ତ ସାହୁ, ଓଡିଶା ସାମ୍ବାଦିକ ସଙ୍ଘ ବୌଦ୍ଧ ଶାଖା ସହସମ୍ପାଦକ ବଂଶୀଧର ମାଝୀ, ସମାଜସେବୀ ପବିତ୍ର ଭୋଇ, ସାମ୍ବାଦିକ ମକରନ୍ଦ ସାହୁ, ସିମ୍ପିରାଣୀ ସାହୁ, ଶଙ୍କର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ l ଲମ୍ବୋଦର ବେହେରା ଓ ସୋନୁ ପୂଝାରୀ ଖେଳ ପରିଚାଳନା କରିଥିଲେ l ସୁଶାନ୍ତ ବାରିକ ଧାରାବିବରଣୀ ପ୍ରଦାନ କରିଥିଲେ l ଭକ୍ତ ସାହୁ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ l ଲକି ସାହୁ, ପ୍ରଦୀପ ସାହୁ, କେଶବ ଭୋଇ, କିଷାନ ଭୋଇ, ରାଜେନ୍ଦ୍ର ସେଠି ଏବଂ ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




