Sports

ଫାସେଡ଼ କଲେଜର ବାର୍ଷିକୋତ୍ସବ ଓ କ୍ରୀଡା ଉତ୍ସବ।

 

କଣ୍ଟାମାଳ, ୧/୪ 🙁 ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତର ଫାସେଡ଼ ଗ୍ରାମସ୍ଥିତ କେଶରାଜ ଧରୁଆ କଲେଜର ବାର୍ଷିକୋତ୍ସବ ଓ କ୍ରୀଡା ଉତ୍ସବ କଲେଜ ଅଧ୍ୟକ୍ଷ ଆଦିତ୍ୟ କୁମାର ଚୌଧୁରୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ନିଳାଚଳ ଭୋଇ ଯୋଗଦେଇ ଅନୁଷ୍ଠାନିକ ଭାବେ ଅଞ୍ଚଳ ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବାକୁ ହେଲେ ଶିକ୍ଷାନୁଷ୍ଠାନର ଆବଶ୍ୟକତା ରହିଛି। ଯାହାକି ଉଚ୍ଚଶିକ୍ଷା ପାଇଁ ଏଠାରେ ଘରୋଇ କଲେଜଟିଏ ଥିବାରୁ ଅନେକ ବେକାରୀ ପିଲାଙ୍କୁ ଶିକ୍ଷା ଦେବାରେ ସଫଳ ହୋଇଛି। ସେହିପରି ସମ୍ମାନୀତ ଅତିଥି ଭାବେ ସମାଜସେବୀ ସୁଧାଂଶୁ ଶେଖର ରଣା, ପ୍ରମୋଦ ଭୋଇ, ପ୍ରଶାନ୍ତ ରଣା, ଲିଙ୍ଗରାଜ ଧରୁଆ ପ୍ରମୁଖ ଯୋଗଦେଇଥିଲେ।ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ କ୍ରୀଡା ପ୍ରତିଯୋଗୀତାର ଉନ୍ନିତ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଶେଷରେ ସହକାରୀ ଅଧ୍ୟକ୍ଷ ଭାଗିରଥି ମହାନନ୍ଦିଆ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button