Sports

ଢେଙ୍କାନାଳ ଜିଲ୍ଲା ତାଇକୋଣ୍ଡୋ ସଂଘ ତରଫରୁ ୫୦ତମ କଲର୍ ବେଲ୍ଡ ପରୀକ୍ଷା

 

ଢେଙ୍କାନାଳ, ୧/୪ : ଢେଙ୍କାନାଳ ଜିଲ୍ଲା ତାଇକୋଣ୍ଡୋ ସଂଘ ତରଫରୁ ୫୦ତମ କଲର୍ ବେଲ୍ଟ ପରୀକ୍ଷା ଆୟୋଜନ ମିନି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୨୦ ରୁ ଉର୍ଦ୍ଧ ପରୀକ୍ଷାର୍ଥୀମାନେ ଯୋଗଦାନ କରିଥିଲେ। ଏଥିରେ ପ୍ରଶିକ୍ଷକ ଭାବେ କେନ୍ଦ୍ରାପଡା ଜିଲ୍ଲାର ଦୈତାରୀ ବେହେରା ଯୋଗ ଦେଇଥିଲେ । ସକାଳ ୬ ଘଟିକା ଠାରୁ ୧୦ ଘଟିକ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିଥିଲା। ଢେଙ୍କାନାଳର ସମ୍ପାଦକ ସାହୀର ମହମ୍ମଦ ଉକ୍ତ ପରୀକ୍ଷାକୁ ପରିଚାଳନା କରିଥିଲେ। ଢେଙ୍କାନାଳର କୋଚ୍ ସିଲ୍‌ଭି ସାହୀର ଏବଂ ବିଶ୍ୱଜିତ୍ ପଣ୍ଡା, ସାଇନା ସାହୀର, ଶ୍ରୀୟାସ୍ମିତା ପାଣିଗ୍ରାହୀ, ସିଦ୍ଧାର୍ଥ କୁମାର ପାଣିଗ୍ରାହୀ ସାହାଯ୍ୟ କରିଥିଲେ । ଶେଷରେ ପ୍ରଶିକ୍ଷକ ଦୈତାରୀ ବେହେରା ଢେଙ୍କାନାଳ ଟାଇକୋଣ୍ଡୋ ତରଫରୁ ସମ୍ମାନିତ କରାଯାଇଥିଲା ।

Related Articles

Back to top button