ଫଟାମୁଣ୍ଡା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ , ଘରୋଇ ଫଟାମୁଣ୍ଡା କୁହରାଇ ଲଣ୍ଡାବାହାଲ ଚମ୍ପିଆନ


କଣ୍ଟାମାଳ,୩୦।୩ : (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଖେଳ ପଡିଆରେ ୟୁବୋଦୟ ୟୁଥ କ୍ଳବ ଦ୍ୱାରା ୫ ଦିନ ଧରି ଆୟୋଜିତ ମା’ କନ୍ଧେନ ବୁଢି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇତି ମଧ୍ୟରେ ଉଦଯାପିତ ହୋଇଯାଇଛି l ଶନିବାର ଫାଇନାଲ ଖେଳ ଲଣ୍ଡାବାହାଲ ଓ ଫଟାମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଫଟାମୁଣ୍ଡା ଦଳ ଟସ ଜିଣି ବ୍ୟାଟିଂ ପାଇଁ ଲଣ୍ଡାବାହାଲ ଦଳକୁ ନିମନ୍ତ୍ରଣ କରିଥିଲା l ଫଳରେ ଲଣ୍ଡାବାହାଲ ଦଳ ନିର୍ଦ୍ଧାରିତ ଓଭରରେ ୧୦୦ ରନ ସଂଗ୍ରହ କରି ବିପକ୍ଷ ଦଳକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲା l ବିପକ୍ଷ ଘର ଫଟାମୁଣ୍ଡା ଦଳ ନିର୍ଦ୍ଧାରିତ ଓଭରରେ ଟାରଗୋଟ ରନ ସଂଗ୍ରହ କରି ନପାରି ପରାଜିତ ହୋଇଥିଲା l ଫଳରେ ଲଣ୍ଡାବାହାଲ ଦଳ ଚଳିତ ସିଜିନର ବିଜେତା ଭାବେ ଚମ୍ପିୟାନ ଟ୍ରଫି ହାତେଇଥିଲା। ଅଜୁ କଲତା ଓ ଖଗପତି ଠେଲା ଖେଳ ପରିଚାଳନା କରିଥିଲେ l ଶିବ ଶଙ୍କର କାଲସେ, ଶଙ୍କର ସାହୁ ଓ ପ୍ରଦୀପ ସାହୁ ଧାରାବିବରଣୀ ପ୍ରଦାନ କରିଥିବା ସ୍ଥଳେ ଯୁବରାଜ ମଲିକ ସ୍କୋରର ଦାୟିତ୍ୱ ତୁଲାଇଥିଲେ l ପୁରସ୍କାର ବିତରଣ ଉତ୍ସବରେ ବିଶିଷ୍ଟ ସମାଜସେବୀ ସୁଧାଂଶୁ ଶେଖର ରଣା ମୁଖ୍ୟଅତିଥି, ଶିକ୍ଷାବିତ ନୀଳାଚଳ ଭୋଇ, ସମାଜସେବୀ ସମୀର ଖଟୁଆ, ଜିଲା ପରିଷଦ ପ୍ରତିନିଧି ଲୋକେଶ ଭୋଇ, ଉମା ସରପଞ୍ଚ ଦୌଲଥ ପାଣ୍ଡେ, ବରିଷ୍ଠ କଂଗ୍ରେସ କର୍ମୀ ଯଶୋବନ୍ତ କର୍ମୀ, ସଞ୍ଜିତ କମ୍ପ, ୱାର୍ଡ ସଭ୍ୟ ଦେବଘନ ନାଗ, ବରିଷ୍ଠ ନାଗରିକ ଖଗେଶ୍ୱର ଭୋଇ, ସମାଜସେବୀ ଅଭିନାଶ କମ୍ପ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଉ ଉଭୟ ଦଳକୁ ଟ୍ରଫି ସମେତ ନିର୍ଦ୍ଧାରିତ ଅର୍ଥରାଶି ପୁରସ୍କୃତ କରିଥିଲେ l ୟୁବୋଦୟ ୟୁଥ କ୍ଲବର ଉପଦେଷ୍ଟା ବଂଶୀଧର ମାଝୀ, ସଭାପତି ପରମାନନ୍ଦ ଠେଲା, ସମ୍ପାଦକ ଜିତେନ୍ଦ୍ର ଭୋଇ, କ୍ରିକେଟ କ୍ଳବ ମ୍ୟାନେଜର ଦେବେନ୍ଦ୍ର ଭୋଇ, ସଭାପତି ମଧୁମଙ୍ଗଳ ଭୋଇ, ସମ୍ପାଦକ ନବୀନ ଠେଲା, ଅଧିନାୟକ ଶରତ ମାଝୀ, ସଦସ୍ୟ ଭୀମରାଜ ଭୋଇ, ପୂର୍ଣ୍ଣଚନ୍ଦ୍ର ଠେଲା, ଭଜମନ ଘିଭେଲା, ଶଶୀ, ବୀରେନ୍ଦ୍ର, ବିପ୍ର, ରମା, ଶ୍ୟାମ ପ୍ରମୁଖ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




