Health

ସୋଲର ସ୍ଥିତ ସେବକ ଜରା ନିବାସ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

 

ଆଜି ସୋଲର ସ୍ଥିତ ସେବକ ଜରା ନିବାସ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି, ସେବକ ର ସଭାପତି ସୁରେଶ ବିଶ୍ୱାଳ ଙ୍କ ତତ୍ୱା ବଧାନ ରେ ଆୟୋଜିତ ରକ୍ତ ଦାନ ଶିବିର ରେ ମୋଟ 52ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା, ବିଭିନ୍ନ ସାମାଜିକ ସଂଗଠନ ର କର୍ମ କର୍ତ୍ତା ଓ ସଦସ୍ୟ ମାନେ ଉକ୍ତ ଶିବିର କୁ ପରିଚାଳନା କରିଥିଲେ, ସେବକ ର ପ୍ରମୁଖ ସଦସ୍ୟ ଶିକ୍ଷାବିତ ନିତ୍ୟାନନ୍ଦ ପ୍ରଧାନ ଅଶୋକ ସ୍ୱାଇଁ ଭରତ କୁମାର ବେହେରା ସିନ୍ଧୁ ନନ୍ଦିନୀ ସ୍ୱାଇଁ. ମନ୍ଦର ଧର ନାୟକ ପ୍ରବଞ୍ଜନ ମହାପାତ୍ର ସ୍ମୃତି ରଞ୍ଜନ ନାୟକ ମହେନ୍ଦ୍ର ମହାନ୍ତି ସସ୍ମିତା ବଳ ଓ ସାମ୍ବାଦିକ କାର୍ତିକ ରାଉତ ପ୍ରମୁଖ ଏଥିରେ ସହଯୋଗ କରିଥିଲେ, କ୍ୟାପଟେନ ରାଜ ନାରାୟଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରାଇଥିଲେ,SCB ମେଡିକାଲ ବ୍ଲଡ଼ ବ୍ୟାଙ୍କ ପକ୍ଷରୁ ଡାକ୍ତର ସବ୍ୟସାଚୀ ଆଚାର୍ଯ୍ୟ ଆସିଷ୍ଟାଣ୍ଟ ପ୍ରମୋଦ କୁମାର ଦାଶ ରାମ ଚନ୍ଦ୍ର ଖଟୁଆ ସିମନ୍ତ କୁମାର ବେହେରା ବି ପି ଘୋଷ ମୃତୁଞ୍ଜୟ ଜେନା ଚିରଞ୍ଜୀବ ମହାରଣା ପ୍ରମୁଖ ରକ୍ତ ଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ, ବଡ଼ଚଣା ରୁ କାର୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button