ମା’ ମହାଲକ୍ଷ୍ମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଦେଓଗାଁ ଦଳକୁ ପରାସ୍ତ କରି ଫଟାମୁଣ୍ଡା ଚମ୍ପିଆନ

ମା’ ମହାଲକ୍ଷ୍ମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ଦେଓଗାଁ ଦଳକୁ ପରାସ୍ତ କରି ଫଟାମୁଣ୍ଡା ଚମ୍ପିଆନ
କଣ୍ଟାମାଳ,୨୪।୩: ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲଣ୍ଡାବାହାଲ ଆଦର୍ଶ ଖେଳ ପଡିଆରେ ୫ ଦିନ ଧରି ଆୟୋଜିତ ହୋଇଥିବା ମା’ ମହାଲକ୍ଷ୍ମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଅନ୍ତିମ ଖେଳ ଫାଇନାଲରେ ଦେଓଗାଁ ଓ ଫଟାମୁଣ୍ଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଦେଓଗାଁ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୪୮ ରନ ସଂଗ୍ରହ କରିଥିଲା l ଜବାବରେ ଫଟାମୁଣ୍ଡା ଦଳ ୮ ଓଭର ଖେଳରେ ଲକ୍ଷ୍ୟ ହାସଲ କରି ଚଳିତ ବର୍ଷର ପ୍ରଥମ ଦଳ ଭାବେ ଚମ୍ପିଆନ ହୋଇଅଛି l ଫାଇନାଲ ମ୍ୟାଚରେ ସୁରେନ୍ଦ୍ର କାଲସେ ଓ ତାରାକାନ୍ତ ଦୀପ ଖେଳ ପରିଚାଳନା କରିଥିଲେ l ଶିବ ଶଙ୍କର କାଲସେ ଖେଳର ଧାରାବିବରଣୀ ପ୍ରଦାନ କରିଥିବା ସ୍ଥଳେ ରଞ୍ଜନ ଭୋଇ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ l ପୁରସ୍କାର ବିତରଣ ଉତ୍ସବରେ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ସୁଧାଂଶୁ ଶେଖର ରଣା ମୁଖ୍ୟଅତିଥି, ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ, କଣ୍ଟାମାଳ ବ୍ଲକ ଶିକ୍ଷକ ସଙ୍ଘ ସଭାପତି ନୀଳାଚଳ ଭୋଇ, ଶିକ୍ଷାବିତ ଗୋବର୍ଦ୍ଧନ ପ୍ରଧାନ, ଜିଲା ପରିଷଦ ସଦସ୍ୟା ପ୍ରତିନିଧି ଲୋକେଶ ଭୋଇ, ସମାଜସେବୀ ହୃଦାନନ୍ଦ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଫଟାମୁଣ୍ଡା ଦଳର ଖେଳାଳୀ ଦେବେନ୍ଦ୍ର ଭୋଇ ମ୍ୟାନ ଅଫ ଦି ମ୍ୟାଚ, ବିରେନ୍ଦ୍ର ଭୋଇ ମ୍ୟାନ ଅଫ ଦି ସିରିଜ, ଦେଓଗାଁ ଦଳକୁ ଉପବିଜେତା ଏବଂ ଫଟାମୁଣ୍ଡା ଦଳକୁ ଚମ୍ପିଆନ ଭାବେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଜୟ ମା’ ଲକ୍ଷ୍ମୀ ନାରାୟଣୀ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ଖେଳ ପରିଚାଳନାରେ ସହଯୋଗ କରିଥିଲେ l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




