Sports

ଜିଲ୍ଲା ସ୍ତରୀୟ ଫୁଟ୍ ବଲ୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ଛତିଆ,୧୦।୩,(ଆ: ପ୍ର)) ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ପାଇକରା ପୁର ସ୍ଥିତ ବ୍ଲକ ସ୍ତରୀୟ ମିନି ଷ୍ଟାଡିୟମ ଠାରେ ଚାଲି ଥିବା ଜିଲ୍ଲା ସ୍ତରୀୟ ଫୁଟ୍ ବଲ ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷାର୍ଥଙ୍କୁ ମାନଙ୍କୁ ଆଜି ସାର୍ଟିଫିକେଟ ସହିତ ଜର୍ସି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ବାଳିକା ଓ ବାଳକ ପ୍ରଶିକ୍ଷାର୍ଥଙ୍କୁ ମାନଙ୍କୁ ତାଲିମ ପ୍ରଦାନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ସାଧାରଣ ସମ୍ପାଦକ ସମ୍ବିତ ମହାନ୍ତି ଯୋଗ ଦେଇ ପ୍ରଶିକ୍ଷାର୍ଥଙ୍କ ଉଦ୍ଦେଶ୍ୟରେ ମୂଲ୍ୟବାନ ଉପଦେଶ ପ୍ରଦାନ କରି ଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ସାଇକେଲିଂ ଆସୁସେଶନ ସମ୍ପାଦକ ବସନ୍ତ କୁମାର ରାଉତ, ଅବସରରେ ପ୍ରାପ୍ତ ଡି ସି ପି ବିଜୟ କୁମାର ସାହୁ, ସୋଲର ସ୍ଥିତ ପୋଲିସ୍ ଟ୍ରେନିଙ୍ଗ ଅନୁଷ୍ଠାର ଅଧକ୍ଷ ଅଶୋକ କୁମାର ଦେହୁରୀ, ଅବସରପ୍ରାପ୍ତ ନୌସେନା ଅଧିକାରୀ ତରୁଣ କୁମାର ଦାସ, ରାଜ୍ୟ ଫୁଟ୍ ବଲ ସମ୍ପାଦକ ବିଶ୍ଵ ରଞ୍ଜନ ଘଡାଇ, ସଂଗୀତା ଶର୍ମା, ରାଜ୍ୟ ସ୍ତରୀୟ ଅବସର ପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ସହଦେବ ରାଉତ ପ୍ରମୁଖ ଯୋଗ ଦେଇ ଥିଲେ। ଏହି ଉତ୍ସବ କୁ ଅବରସର୍ ପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ମାଧବାନନ୍ଦ ମହାପାତ୍ର ସଭାପତିତ୍ବ କରିଥିବା ବେଳେ ସମିତି ସଭ୍ୟ ସଞ୍ଜୟ ବେହେରା ମଞ୍ଚ ପରିଚାଳନା କରିଥିଲେ, ଜିଲ୍ଲା ହ୍ୟାଣ୍ଡ ବଲ ଆସୋସେଶନ ସମ୍ପାଦକ ରମେଶ ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Articles

Back to top button