ରେଲୱ ଟନେଲ ନିର୍ମାଣ କରୁଥିବା ଜି ଆର୍ ଆଇ ଏଲ୍ କମ୍ପାନୀ ତରଫରୁ ରକ୍ତଦାନ ଶିବିର


ରେଲୱ ଟନେଲ ନିର୍ମାଣ କରୁଥିବା ଜି ଆର୍ ଆଇ ଏଲ୍ କମ୍ପାନୀ ତରଫରୁ ରକ୍ତଦାନ ଶିବିର – ବୌଦ୍ଧ ଜିଲ୍ଲା ର ଆଡେନିଗଡ଼ ଠାରେ ଥିବା ଜି ଆର ଇନଫ୍ରା ପ୍ରୋଜେକ୍ଟ କମ୍ପାନୀର କ୍ୟାମ୍ପ ଅଫିସ ଭିତରେ କମ୍ପାନୀ କର୍ମଚାରୀ ମାନଙ୍କ ଦ୍ଵାରା ଏବଂ ଯୁବ ରେଡ୍ କ୍ରସ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ୫୩ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଏ ଅବସରରେ ଆୟୋଜିତ ଏହି ଶିବିରକୁ କମ୍ପାନୀର ମୁଖ୍ୟ ପରିଚାଳକ କ୍ରିଷ୍ଣ ପାଲ ସିଂ ରାଣା ଉଦଘାଟନ କରି ନିଜେ ରକ୍ତଦାନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଯୁବ ରେଡ୍ କ୍ରସ ସମ୍ପାଦକ ଅଧ୍ଯାପକ ଡଃ ପ୍ରବୀର କୁମାର ଦାସ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ମାନପତ୍ର ପ୍ରଦାନ କରିଥିଲେ l ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ପ୍ରତ୍ୟୁଷ ଦାନୀ ଏବଂ ଭୁବନ ବିଭାର ଏହି ଶିବିରରେ ସମସ୍ତ ରକ୍ତଦାତା ମାନଙ୍କର ସବୁ ପ୍ରକାର ସେବା ପ୍ରଦାନ କରି ଥିଲେ l ଏଥିରେ ସମୁଦାୟ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ଆଦେନୀ ଗଡ଼ ର ମେଡିକାଲ ଅଫିସର ଡକ୍ଟର ସୌରଭ କୁମାର ମହାପାତ୍ର, ବୌଦ୍ଧ ବ୍ଲଡ୍a ବ୍ୟାଙ୍କ୍ ର ଟେକ୍ନିସିଆନ୍ ଦିଲୀପ କୁମାର ଭୋଇ, ଷ୍ଟାଫ୍ ନର୍ସ ଜୁଦା ଶବର, ଯୌନ ରୋଗ ପରାମର୍ଶଦାତା, ପ୍ରମୋଦ ମହାପାତ୍ର ଏବଂ କର୍ମଚାରୀ ସୂରଜ ଭୋକ୍ତା ଏହି ଶିବିର ରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କମ୍ପାନୀର ସୁରକ୍ଷା ମ୍ୟାନେଜର ଅଜୟ କୁମାର ବଳିୟାରସିଂହ ଏବଂ ତାଙ୍କୁ ସହଯୋଗ କରିଥିଲେ ସୌମ୍ୟ ରଞ୍ଜନ ସାହୁ l କମ୍ପାନୀର ବରିଷ୍ଠ ପରିଚାଳକ, ସଂଜୀବ ଦାସ ଓ ବିଶ୍ୱଜିତ୍ ଦତ୍ତ ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ନିଜେ ରକ୍ତଦାନ କରିବା ସହ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିଥିଲେ l ଏହି ଅବସରରେ ଅନ୍ୟ କମ୍ପାନୀ ଏମ୍ ଆଇ ପି ଏଲ୍ ର ପାଞ୍ଚ ଜଣ ମଧ୍ୟ ରକ୍ତ ଦାନ କରିଥିଲେ l ଏହି ଖରା ଓ ବ୍ଲଡ୍ ବ୍ୟାଙ୍କ୍ ରେ ରକ୍ତ ଅଭାବ ସମୟରେ ରକ୍ତ ଦାନ କରି ଥିବାରୁ ରକ୍ତଦାତା ସଂଘ ପକ୍ଷରୁ ଏହାକୁ ସ୍ଵାଗତ କରାଯାଇଛି l




