Health

ଢେଙ୍କାନାଳ ରୋଟାରୀ କ୍ଲବ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ପୋଲିଓ ଦିବସ ପାଳିତ

ଢେଙ୍କାନାଳ, ୩/୩: ଢେଙ୍କାନାଳ ସ‌ହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୋଟରୀ କ୍ଲବ୍ ଓ ଜିଲ୍ଲା ପ୍ରଶାସନ ତରଫରୁ ଆଜି ବିଶ୍ୱ ପୋଲିଓ ଦିବସ ସ୍ଥାନୀୟ ବସ୍‌ଷ୍ଟାଣ୍ଡ ଠାରେ ପାଳନ କରାଯାଇଅଛି । ଢେଙ୍କାନାଳ ମୁଖ୍ୟ ବସ୍‌ଷ୍ଟାଣ୍ଡ ଓ ରେଲ୍‌ୱେ ଷ୍ଟେସନ୍ ପାଖରେ ଦୁଇଟି କ୍ୟାମ୍ପ କରି ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ଦୁଇବୁନ୍ଦା ପୋଲିଓ ଦିଆଯାଇଅଛି । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍‌ର ସଭାପତି ଡା. ଅବୋଧ ମହାପାତ୍ର, ସଦସ୍ୟ ଗୌରବ ଶ୍ୱରାଗୀ, ତପନ୍ ପାଲ୍, ବିଶ୍ୱଜିତ୍ ଦାସ୍‌ଗୁପ୍ତା, ବିନୋଦ ଅଗ୍ରୱାଲ, ନିରଦାନନ୍ଦ ନନ୍ଦ, ରାଜେନ୍ଦ୍ର ହିଣ୍ଡୋ ଚା, ମହେଶ ଅଗ୍ରୱାଲ ଏବଂ ମହିଳା ସ୍ବାସ୍ଥ୍ୟ କର୍ମୀ ରେଖା ସିଂ, ୟୁଏଚ୍ଡବ୍ଲ୍ୟୁସିର ବଦ୍ରିନା ‌ଥ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମ ସାଫଲ୍ୟ କରିଥିଲେ ।

Related Articles

Back to top button