Health

ରାମକୃଷ୍ଣ ଆଶ୍ରମ ସରଲାଞ୍ଜିରେ ମାଗଣା ସ୍ୱାସ୍ଥ୍ୟ ଶିବିର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା “ମାନବ ସେବା ମାଧବ ସେବା” ଏହି ଉକ୍ତିକୁ ରାମକୃଷ୍ଣ ଆଶ୍ରମ ବ୍ରତ ଭାବେ ପାଳନ କରି ଭବାନୀପାଟଣା ନିକଟସ୍ଥ ସରଲାଞ୍ଜି ଠାରେ ଥିବା ନିଜସ୍ୱ ଆଶ୍ରମରେ ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟ ଓ ଜିନିକ୍ସ ପାଥୋ ଲେବ ସହଯୋଗରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି।ଏହାକୁ ସ୍ୱାମୀ ଅଶୋକା ନନ୍ଦ ମହାରାଜା ଓ ମହାବିଦ୍ୟାଳୟ ନିର୍ଦେଶକ ପ୍ରତ୍ୟୁଷ କୁମାର ସାହୁ ଉଦଘାଟନ କରିଥିଲେ। ଡ଼. ଭିକାରୀ ମିଶ୍ର, ଡ଼. ଚନ୍ଦ୍ର ଶେଖର ପାଣିଗ୍ରାହୀ, ସ୍ୱାମୀ ବିରେସା ନନ୍ଦ, ମହେନ୍ଦ୍ର ସାହୁ, ଜାନୀ ପାତ୍ର ପ୍ରମୁଖ ନିଜସ୍ୱ ସେବା ଯୋଗାଇ ଦେଇଥିଲେ। ଏଥିରେ ସରଲାଞ୍ଜି, ବିଜେପୁର ଓ ଗମପେନୁ ଗାଁର ଲୋକମାନେ ଏହି ସେବା ପାଇପାରିଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button