Health

ଢେଙ୍କାନାଳ ଜିଲ୍ଲା ଶ୍ରୀମୂଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶୁକ୍ରବାର ଜିଲ୍ଲା କାୟାକଳ୍ପ ଟିମ୍ ପରିଦର୍ଶନ

 

ଢେଙ୍କାନାଳ ଜିଲ୍ଲା ଶ୍ରୀମୂଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶୁକ୍ରବାର ଜିଲ୍ଲା କାୟାକଳ୍ପ ଟିମ୍ ପରିଦର୍ଶନ କରି ଫେରିଛନ୍ତି। ସ୍ବଚ୍ଛତା, ପରିମଳ ବ୍ୟବସ୍ଥା, ଉତ୍ତମ ରୋଗୀସେବା ଆଦିରେ ଦାୟିତ୍ଵବୋଧ ପୂରଣ କରିବାରେ ଏହି ସ୍ବାସ୍ଥ୍ୟ କେନ୍ଦ୍ର କେତେ ପରିମାଣର ଅଗ୍ରଗତି କରିଛି ତାର ମୂଲ୍ୟାଙ୍କନ କରିଥିଲେ। ଡାକ୍ତର ଜ୍ୟୋତିଷ ଚନ୍ଦ୍ର ମହାପାତ୍ର ଏବଂ ଇପ୍ସିତା ମିଶ୍ର ଜିଲ୍ଲା କାୟାକଳ୍ପ ଟିମ୍ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ପହଞ୍ଚି ବିଭିନ୍ନ ଯାଞ୍ଚ କରିଥିଲେ। ବିଶେଷକରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା, ଜୈବ ଆବର୍ଜନା ପରିଚାଳନା, ଔଷଧ ଉଦ୍ୟାନ, ଜଳ ନିଷ୍କାସନ ବ୍ୟବସ୍ଥା, ସ୍ୱାସ୍ଥ୍ୟକେନ୍ଦ୍ରରେ କାଗଜ ପତ୍ର ଯାଞ୍ଚ ସହିତ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଯାଞ୍ଚ କରିଥିଲେ। ବିଶେଷ କରି ସ୍ବଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଟିମ୍ ଅଧିକ ଗୁରୁତ୍ବ ଦେଇଥିଲେ।ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରିଥିବାର ଫଟୋକୁ ଦେଖି ଜିଲ୍ଲା କାୟାକଳ୍ପ ଟିମ୍ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଶଂସା କରିଥିଲେ । ଶ୍ରୀମୂଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଫାଲଗୁନ ମିଶ୍ର ସମେତ ସମସ୍ତ ସ୍ବାସ୍ଥ୍ୟକର୍ମୀମାନେ ଉପସ୍ଥିତ ଥିଲେ। ଏଥିସହିତ ସ୍ବାସ୍ଥ୍ୟ କେନ୍ଦ୍ରର ପରିସର ପରିଦର୍ଶନ କରି ଜିଲ୍ଲା କାୟାକଳ୍ପ ଟିମ୍ ସନ୍ତୋଷ ବ୍ୟକ୍ତ କରିଥିଲେ।

Related Articles

Back to top button