Health
କଳିଙ୍ଗ ଚକ୍ଷୁ ହସ୍ପିଟାଲକୁ ଗାଡି ପ୍ରଦାନ

-ଆଜି ଭାରତୀୟ ଜୀବନବୀମା ନିଗମ ଗୋଲଡେନ ଜୁବୁଲି ଫାଉଣ୍ଡେସନ କଟକ ମଣ୍ଡଳ ପକ୍ଷରୁ କଳିଙ୍ଗ ଚକ୍ଷୁ ହସ୍ପିଟାଲ ଢେଙ୍କାନାଳକୁ ଚକ୍ଷୁ ସେବା ନିମନ୍ତେ ହସ୍ପିଟାଲର ସହ ନିର୍ଦେଶକ ଧୀରେନ୍ଦ୍ର କୁମାର ମହାନ୍ତିଙ୍କୁ ଏକ ଉଇଙ୍ଗର ଗାଡି ପ୍ରଦାନ କରିଛନ୍ତି l ଗାଡି ପ୍ରଦାନ ସମୟରେ କଟକ ମଣ୍ଡଳ ବରିଷ୍ଠ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ, ନିର୍ମଲେନ୍ଦୁ ନାୟକ, ପି ସୁଜିତ କୁମାର ଢେଙ୍କାନାଳ ଶାଖାର ଅନେକ କର୍ମଚାରୀ ଓ କଳିଙ୍ଗ ହସ୍ପିଟାଲର ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l କଳିଙ୍ଗ ହସ୍ପିଟାଲ ଅନେକ ବର୍ଷ ହେଲା ବିଭିନ୍ନ ଜିଲ୍ଲାରେ ସୁଚାରୁରୂପେ କାଯ୍ୟ କରୁଥୁବାରୁ ଭାରତୀୟ ଜୀବନବୀମା କର୍ମକର୍ତା ମାନେ ଧନ୍ୟବାଦ ଦେଇଛନ୍ତି




