Sports

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ର ବିଭିନ୍ନ ସ୍ଥାନରେ କ୍ରୀଡା ଭିତ୍ତିଭୁମି ର ଶୁଭ ଉଦଘାଟନ

 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାରା ରାଜ୍ୟ ରେ ୬୬୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ବହୁମୁଖୀ ଇନ ଡୋର ଷ୍ଟାଡିୟମ, ହକି ପ୍ରଶିକ୍ଷଣ କେନ୍ଦ୍ର, କ୍ରୀଡା ଏକାଡେମୀ, କ୍ରୀଡା ପ୍ରଶିକ୍ଷଣ କେନ୍ଦ୍ର ର ଶୁଭ ଉଦଘାଟନ ଏବଂ ଶିଳାନ୍ୟାସ ସ୍ଥାପନ ଆଭାସୀ ମାଧ୍ୟମରେ କରିଛନ୍ତି ! କ୍ରୀଡା ର ରୂପାନ୍ତିକରଣ , କ୍ରୀଡ଼ାବିତ ଙ୍କୁ ସଶକ୍ତିକରଣ ତଥା ଓଡିଶା କୁ ବିଶ୍ୱ ମାନଚିତ୍ର ରେ ଏକ କ୍ରୀଡା ହବ୍ ରେ ପରିଣତ କରିବାର ସକଳ୍ପ ନେଇଛନ୍ତି ରାଜ୍ୟ ସରକାର । ଏହି ଅବସରରେ ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ର ଉନ୍ନତୀକରଣ ଏବଂ କେସିଙ୍ଗା ସ୍ଥିତ ବହୁମୁଖୀ ଇନଡୋର ଷ୍ଟାଡିୟମ କୁ ମୁଖ୍ୟମନ୍ତ୍ରୀ ଆଭାସା ମାଧ୍ୟମରେ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ବଳିଷ୍ଠ ନେତୃତ୍ୱ ଏବଂ କ୍ରୀଡା ପ୍ରତି ଆଗ୍ରହ ଯୋଗୁ ଆଜି ଓଡିଶା ୨ ଥର ବିଶ୍ୱ ହକି କପ ର ଆୟୋଜନ କରିପାରିଛି । ହକି ଫୁଟବଲ, ବ୍ୟାଡ଼ମୀଣ୍ଟନ, ଭଲିବଲ, ଭଳି ଖେଳକୁ ଯେପରି ଓଡିଶା ର ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାଗ ନେଇ ପାରିବେ ସେଥି ପାଇଁ ଉନ୍ନତ ମାନର ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଉଛି । ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ରେ ଅନୁଷ୍ଠିତ ଉଦଘାଟନ ସମାରୋହ ରେ ଅତିଥି ରୂପେ କଳାହାଣ୍ଡି ଜିଲ୍ଲା ଜିଲ୍ଲାପାଳ ପି. ଅନେଶ୍ୱା ରେଡ୍ଡୀ ଓ ପୌରାଧ୍ୟକ୍ଷ୍ୟ ସଂଯୁକ୍ତା ବେହେରା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡି.ଏସ ଓ ରମେଶ ପାଢି,

 ଡି ଆଇ ପି ଆର ଓ ମନୋଜ ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ଶରତ ସାହୁ, ଧିରୋଜ ପଟ୍ଟନାୟକ ଏବଂ ଅରୁଣ ବିଶୋଇ , ବଡ଼ମିନଟନ ଆଶ୍ସୋସିଏସନ କର୍ମକର୍ତା, ସହର ର କ୍ରୀଡ଼ାବିତ, ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ, ପୌରପରିଷଦ ସଭ୍ୟ ଉପସ୍ଥିତ ଥିଲେ ।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button