କୁଲୁତାଯୋରର ୧୯ତମ ଖଜୁରଗୁରେନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ତୃତୀୟ ଦିବସ, * ଗାଇବାହାଲ ସେମିଫାଇନାଲରେ


କଣ୍ଟାମାଳ, ତା୨୩/୨/୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କୁଲୁତାଯୋରସ୍ଥିତ ଖେଳପଡ଼ିଆରେ ନେତାଜୀ କ୍ରିକେଟ କ୍ଳବ ଦ୍ଵାରା ଆୟୋଜିତ ୧୯ତମ ମା’ ଖଜୁରଗୁରେନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ବରପଦରକୁ ହରାଇ ଗାଇବାହାଲ ସେମିଫାଇନାଲରେ ।ଟସ ଜିତି ବରପଦର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭୬ ରନ କରିବାକୁ ସମର୍ଥ ହୋଇଥିଲା। ପ୍ରତ୍ୟୁତରରେ ଗାଇବାହାଲ ଦଳ ୧୦ଟି ବଲ ପୂର୍ବରୁ ନିର୍ଦ୍ଧାରିତ ରନ କରି ବିଜୟ ଲାଭ କରି ସେମିରେ ପ୍ରବେଶ କରିଛି। ଆଜିର ମ୍ୟାଚରେ ମୁଖ୍ୟ ଅତିଥିଭାବେ ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ କୁମାର ସାହୁ ଓ ସମ୍ମାନୀତ ଅତିଥି ଭାବେ ବ୍ଳକ କଂଗ୍ରେସ ଉପସଭାପତି ଗୋପ ରଣା ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ମ୍ୟାଚକୁ ଗୌରାଙ୍ଗ ଦାସ ଓ ରାଜକୁମାର ରଣା ଖେଳ ପରିଚାଳନା କରିଥିଲେ। ସେହିପରି ସ୍କୋରରଭାବେ ଦେବାଶିଷ ନାଗ କାର୍ଯ୍ୟ ତୁଳାଇଥିବା ସ୍ଥଳେ ସୌରଭ ହଳଧର ଧାରା ବିବରଣୀ ପ୍ରଦାନ କରିଥିଲେ ଓ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




