Health

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ ଦୁଇ ଆହତ।

Breacking News

ଉମରକୋଟ -୨୦-୦୨-୨୪-(ଆପ୍ର)-ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଙ୍କ ମୃତ୍ୟୁ ଘଟିଛି ଓ ଦୁଇ ଜଣ ଆହତ ହୋଇଛନ୍ତି।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ଛକ ନିକଟରେ। ମୃତକ ଦୁଇ ଜଣ ହେଲେ ଉମରକୋଟ ବ୍ଲକ ବାଟିବେଡା ଗ୍ରାମର ମେଘନାଥ ମାଳୀ ଓ ରାଇଘର ବ୍ଲକ ସରଗୁଲି ଗ୍ରାମର ମନଜିତ ବାଲା। ଆହତ ଦୁଇ ଜଣ ହେଲେ ମହେନ୍ଦ୍ର କୁମ୍ଭାର ଓ ମଧୁବନ୍ତ କୁମ୍ଭାର।ମିଳିଥିବା ସୂଚନା ଅନୁସାରେ ମେଘନାଥ, ମହେନ୍ଦ୍ର,ମଧୁବନ୍ତ ଓ ଅନ୍ୟ ଜଣେ ଏହି ଚାରି ଜଣ ଗୋଟିଏ ବାଇକ୍ ରେ ରାଇଘର ଠାରୁ ବାଟିବେଡା ନିଜ ଗ୍ରାମକୁ ଫେରୁଥିଲେ। ମନଜିତ ନିଜ ବାଇକ୍ ଯୋଗେ ନବରଙ୍ଗପୁର ଠାରୁ ସରଗୁଲି ଘରକୁ ଫେରୁଥିଲେ। ଏହି ସମୟରେ ବୁର୍ଜା ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହଁ ମେଘନାଥ ଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମନଜିତ ଙ୍କ ମୃତ୍ୟୁ ଘଟିଥିଲା। ମହେନ୍ଦ୍ର ଓ ମଧୁବନ୍ତ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

Related Articles

Back to top button