Sports

ଅଲ ଇଣ୍ଡିଆ ଫୂଟବଲ ଟୁର୍ନାମେଣ୍ଟ ଫାଇନାଲ ଖେଳ ଆଫ୍ରିକା -୧୧କୁ ହରାଇ ସୋନପୁର ଚମ୍ପିୟାନ

 

କଣ୍ଟାମାଳ, ୧୬/୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅlଥଲେଟିକ ଆସୋସିଏସନ ଦ୍ୱାରା ସ୍ଥାନୀୟ କଲେଜ ଖେଳ ପଡିଆରେ ଆୟୋଜିତ ପ୍ରଥମ ସର୍ବଭାରତୀୟ ଫୂଟବଲ ଟୁର୍ନାମେଣ୍ଟ ଅନ୍ତିମ ତଥା ଉଦଯାପନୀ ଦିବସରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ଆଫ୍ରିକା -୧୧(ନାଇଜେରିଆ ) ଓ ଶ୍ରେୟାଂଶ ସ୍ପୋର୍ଟିଂ ସୋନପୁର ଦଳ ମଧ୍ୟରେ ଖୁବ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା l ଖେଳ ଶେଷ ସୁଦ୍ଧା କେହି କାହାକୁ ଗୋଲ ଦେଇ ପାରିନଥିଲେ l ପରେ ଟ୍ରାଇବେକର ଜରିଆରେ ଆଫ୍ରିକା -୧୧ଦଳ କୁ ୪-୨ ଗୋଲରେ ହରାଇ ଶ୍ରେୟାଂଶ ସ୍ପୋର୍ଟିଂ ସୋନପୁର ଦଳ ଟୁର୍ନାମେଣ୍ଟ ଚମ୍ପିୟାନ ହୋଇଛି l ଖେଳରେ ମୁଖ୍ୟଅତିଥିଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମହିଧର ରଣା ,ସମ୍ମାନିତ ଅତିଥିଭାବେ ବୌଦ୍ଧ ବ୍ଳକର ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ , ଜିଲ୍ଲା କ୍ରିକେଟ ଓ ଫୁଟବଲ ଆସୋସିଏସନ 

ସମ୍ପାଦକ ଯୁଗଳ କିଶୋର ସାମଲ ,ଔଦ୍ୟୋଗୀକ କରୁଣାକର ସାହୁ, କଣ୍ଟାମାଳ ସରପଞ୍ଚ ପ୍ରତିନିଧି ପ୍ରକାଶ ସାହୁ , ସମାଜସେବୀ ତାପସ ଖଟୁଆ ,ପ୍ରୋପାଇର ଅଜିତ କୁମାର ସାହୁ ସ୍ବସ୍ତି ରେଷ୍ଟୁରାଣ୍ଟ , ବିଶ୍ଵ ରଞ୍ଜନ ସାହୁ ଟେଷ୍ଟୀ ବେଷ୍ଟି ରେଷ୍ଟୁରାଣ୍ଟ , ସଂଜୀବ ସାହୁ ନୀରବ ଢାବା , ଖଲିଆପାଲି ସରପଞ୍ଚ ପ୍ରତିନିଧି ମଧୁସୂଦନ ସାହୁ, ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ସାହୁ , ମାନସ ରଞ୍ଜନ ସାହୁ ସମାଜ ସେବୀ, ସନତ ମିଶ୍ର ଆଦି ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ମହେନ୍ଦ୍ର ଦାସ ଓ ମନୋଜ ଶର୍ମା ଖେଳର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଅଭିଳାଷ ପ୍ରସାଦ ସାହୁ, ପ୍ରକାଶ ପ୍ରଧାନ,ସଦାଶିବ ମହାନନ୍ଦ, ବିକାଶ ସେଠି, ଅମିତ ନାୟକ ପ୍ରମୁଖ ମ୍ୟାଚ ରେଫରୀ ଓ ଅବସରପ୍ରାପ୍ତ ଖେଳ ପ୍ରଶିକ୍ଷକ ବୀରେନ୍ଦ୍ର ସାହୁ ମ୍ୟାଚ କମିଶନର ଭାବେ ସହଯୋଗ କରିଥିଲେ l ଆସୋସିଏସନ ର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ l ଫାଇନାଲ ଖେଳରେ ପଡିଆ ଚତୁଃର୍ପାର୍ଶ୍ୱ ଦର୍ଶକମାନଙ୍କ ପ୍ରବଳ ସମାଗମ ହୋଇଥିଲା l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button