Sports

ରେଡ଼କ୍ରସ – ସ୍କାଉଟ ସେବା ଶିବିର ଉଦଘାଟିତ

ଉଲୁଣ୍ଡା ୧୬/୦୨(ରାଜେଶ କୁମାର ବାଘ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜଗନ୍ନାଥ ଏକଡେ଼ମୀ ହାଇସ୍କୁଲ ର ରେଡକ୍ରସ ଓ ସ୍କାଉଟ ତରଫରୁ ସେବା ଶିବିର ଉଦଘାଟିତ ହୋଇଯାଇଛି। ଏ ଶିବିରରେ ମୁଖ୍ୟ ଅତିଥି ଭାବେ ନବ ନିର୍ମାଣ କୃଷକ ସଙ୍ଗଠନ ର ମହିଳା ରାଜ୍ୟ ଉପସଭାପତି ସୋନାଲି ବିଶି ଯୋଗଦେଇ ସେବା ହିଁ ଜୀବନ ର ଧେୟ ହେବା ଉଚିତ ବୋଲି ମତ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ପ୍ରମୋଦ ପଣ୍ଡା ଯୋଗ ଦେଇ ସେବା ରେ ରେଡକ୍ରସ ର ଭୂମିକା ଅତୁଳନୀୟ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ସମାଜସେବୀ ଉତ୍ତର ପାତ୍ର ଓ ପାତାଳୀ ଶ୍ରୀ କ୍ଷେତ୍ର ଟ୍ରଷ୍ଟ ର ସଦସ୍ୟ ପୂର୍ଣଚନ୍ଦ୍ର ପାଢ଼ୀ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ଶିକ୍ଷକ ଅନିରୁଦ୍ଧ ପାଢ଼ୀ ମଞ୍ଚ ପରିଚାଳନା କରିଥିବାବେଳେ,ମଣ୍ଡଳ ବିଜ୍ଞାନ ସମ୍ପାଦକ ସୁଧିର କୁମାର ହୋତା ସେବା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆୟୋଜିତ ଜଳଦାନ ଓ ସଚେତନତା ରାଲି ଓ ସେବା କାର୍ଯ୍ୟକ୍ରମ କୁ ପ୍ରଧାନ ଶିକ୍ଷୟିତ୍ରୀ ଶୋଭାଶିନୀ ମିଶ୍ର, ଖେଳ ଶିକ୍ଷକ ସାନ ଡାଙ୍ଗ ଓ ଗଣିତ ଶିକ୍ଷକ ହୃଷୀକେଶପଧାନ ପରିଚାଳନା କରିଥିଲେ।ଶେଷରେ ଓଡ଼ିଆ ଭାଷା ସାହିତ୍ୟ ର ଶିକ୍ଷକ ଶଙ୍ଖସିନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button